Advertisment

ସମୁଦ୍ର ବକ୍ଷରେ ପଞ୍ଜୁରୀରେ ମାଛ ଚାଷ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ) ସମୁଦ୍ର ଭିତରେ ଅକାତକାତ ଜଳରେ ମାଛଚାଷ। ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।  ଦେଶର ପ୍ରଥମ ପାଇଲଟ୍ ପ୍ରୋଜେକ୍ଟ ଭାବେ ଭାରତ ସରକାରଙ୍କ କେନ୍ଦ୍ରୀୟ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ ଏବଂ ଜାତୀୟ ମତ୍ସ୍ୟ ସଂପଦ ଉନ୍ନୟନ ବୋର୍ଡ ଦ୍ୱାରା ବାଲେଶ୍ୱର ଜିଲ୍ଲାର ସମୁଦ୍ର ଭିତରେ ଅଢେଇ କୋଟି ଟଙ୍କା  ବ୍ୟୟରେ ଶୁଭାରମ୍ଭ ହୋଇଛି କେଜ୍ କଲଚର । ଗଭୀର ସମୁଦ୍ର ଭିତରେ ପଞ୍ଜୁରୀରେ ମାଛ ଚାଷକୁ କେଜ୍ କଲଚର କୁହାଯାଉଛି। ବାଲେଶ୍ୱର ଜିଲ୍ଲା ବାହାବଳପୁର […]

author-image
Tapas Behera
ଅଦ୍ୟତନ ହୋଇଛି
ସମୁଦ୍ର ବକ୍ଷରେ ପଞ୍ଜୁରୀରେ ମାଛ ଚାଷ

5gn

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ) ସମୁଦ୍ର ଭିତରେ ଅକାତକାତ ଜଳରେ ମାଛଚାଷ। ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।  ଦେଶର ପ୍ରଥମ ପାଇଲଟ୍ ପ୍ରୋଜେକ୍ଟ ଭାବେ ଭାରତ ସରକାରଙ୍କ କେନ୍ଦ୍ରୀୟ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ ଏବଂ ଜାତୀୟ ମତ୍ସ୍ୟ ସଂପଦ ଉନ୍ନୟନ ବୋର୍ଡ ଦ୍ୱାରା ବାଲେଶ୍ୱର ଜିଲ୍ଲାର ସମୁଦ୍ର ଭିତରେ ଅଢେଇ କୋଟି ଟଙ୍କା  ବ୍ୟୟରେ ଶୁଭାରମ୍ଭ ହୋଇଛି କେଜ୍ କଲଚର ।

Advertisment

ଗଭୀର ସମୁଦ୍ର ଭିତରେ ପଞ୍ଜୁରୀରେ ମାଛ ଚାଷକୁ କେଜ୍ କଲଚର କୁହାଯାଉଛି। ବାଲେଶ୍ୱର ଜିଲ୍ଲା ବାହାବଳପୁର ସମୁଦ୍ର ମୁହାଣଠାରୁ ପାଞ୍ଚ କିଲୋମିଟର ସମୁଦ୍ର ଭିତରକୁ ବୋଟ ଯୋଗେ ଯିବାପରେ ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ। ପୂର୍ବତନ କେନ୍ଦ୍ର ମତ୍ସ୍ୟ ଓ ପଶୁସଂପଦ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଦ୍ୱାରା ଏହି ପ୍ରକଳ୍ପ ଆରମ୍ଭ ହୋଇଛି। ଏହି କେଜ୍‌ରେ ହଜାର ହଜାର ସଂଖ୍ୟାରେ ସାମୁଦ୍ରିକ ପାମ୍ପଲେଟ୍ ଭାସୁଥିବା ଦେଖିବାକୁ ମିଳିଥିଲା। ଏହି ପ୍ରଣାଳୀରେ ପ୍ରଚୁର ମାଛ ଉତ୍ପାଦନ ହୋଇଥାଏ ବୋଲି କହିଛନ୍ତି କେନ୍ଦ୍ରୀୟ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ ବୈଜ୍ଞାନିକ।

ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ଏହି ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଛି ।  ତେବେ ପ୍ରକଳ୍ପ ପାଇଁ ଚଳିତବର୍ଷ ପ୍ରାୟ ୨ କୋଟି ୫୬ ଲକ୍ଷ ଟଙ୍କା ମଞ୍ଜୁର ହେବାପରେ ଓଡିଶାରେ ପ୍ରଥମଥରପାଇଁ ବାଲେଶ୍ୱର ଜିଲ୍ଲାରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି ।

Advertisment

ଏହାଦ୍ୱାରା ଓଡିଶା ମାଛ ଉତ୍ପାଦନ କ୍ଷେତ୍ରରେ ବେଶ ଲାଭବାନ ହୋଇପାରିବ ।  କେବଳ ସେତିକି ନୁହଁ ସାମୁଦ୍ରିକ ମାଛ ଉତ୍ପାଦନ ସହ ଯୁବପିଢିଙ୍କୁ ରୋଜଗାରର ବାଟ ମଧ୍ୟ ଫିଟାଇବ । ଏନେଇ ଆଗ୍ରାହୀ ଚାଷୀଙ୍କୁ ତାଲିମ ସହ ୬୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ମଧ୍ୟ ଭାରତ ସରକାରଙ୍କ ପକ୍ଷରୁ ମିଳିପାରିବ । ସ୍ଥଳ ଭାଗରେ ବ୍ୟୟ ବହୁଳ ବାୟୋ ଫ୍ଲକ ଏବଂ ପୋଖରୀରେ ମାଛଚାଷ ଅପେକ୍ଷା  ଯଥେଷ୍ଟ କମ୍ । ମାତ୍ର ସାତରୁ ଆଠ ମାସ ଭିତରେ ଗୋଟିଏ ଗୋଟିଏ କେଜରୁ ୨ ଟନ୍ ପର୍ଯ୍ୟନ୍ତ ମାଛ ଉତ୍ପାଦନ ହୋଇପାରିବ । ସାମୁଦ୍ରିକ ମାଛରେ ପ୍ରଚୁର ପରିମାଣରେ କ୍ୟାଲସିୟମ ଥିବାରୁ ଏହା ଖାଉଟିଙ୍କୁ ଆକୃଷ୍ଟ କରିପାରିବ।

ଖାସକରି ଏପ୍ରିଲରୁ ଜୁନ୍‌ ପର୍ଯ୍ୟନ୍ତ ଗଭୀର ସମୁଦ୍ରରେ ମାଛ ମାରିବା ଉପରେ କଟକଣା ଥିବା ବେଳେ ଉକ୍ତ ଉପାୟରେ କିନ୍ତୁ ମାଛ ଚାଷ ହୋଇ ପାରିବ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସମୁଦ୍ରରେ ଏହି ମାଛ ଚାଷ କ୍ଷତି ହେବାର ସେଭଳି ଆଶଙ୍କ ନାହିଁ।