Advertisment

ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା

ଜଳେଶ୍ୱର (ଅଜିତ୍ ଦାସ): ବାତ୍ୟା ୟାସ୍ ଜନିତ ବର୍ଷା ପାଇଁ ସୁବର୍ଣ୍ଣରେଖା ନଦୀ ଉଛୁଳୁଛି। ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ପରେ ସୁବର୍ଣ୍ଣରେଖା ନଦୀରେ ପାଣି ବଢ଼ୁଛି। ଯାହା ଫଳରେ ନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଛି। ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ପରେ ଗାଲୁଡିହି ବ୍ୟାରେଜ୍ ଖୋଲାଯାଇଛି । ଗାଲୁଡିନି ବ୍ୟାରେଜ ପାଣି ଯୋଗୁ ଜାମଶୋଳାଘାଟ ଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଂକେତ ଟପିଛି। ଜାମଶୋଳାଘାଟରେ ବିପଦ ସଂକେତ ୪୯.୧୬ ମିଟର, ଏବେ ବିପଦ ସଂକେତ ଠାରୁ ଉପରେ […]

ଅଦ୍ୟତନ ହୋଇଛି
ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା

Representational-Image

Advertisment

ଜଳେଶ୍ୱର (ଅଜିତ୍ ଦାସ): ବାତ୍ୟା ୟାସ୍ ଜନିତ ବର୍ଷା ପାଇଁ ସୁବର୍ଣ୍ଣରେଖା ନଦୀ ଉଛୁଳୁଛି। ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ପରେ ସୁବର୍ଣ୍ଣରେଖା ନଦୀରେ ପାଣି ବଢ଼ୁଛି। ଯାହା ଫଳରେ ନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଛି। ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ପରେ ଗାଲୁଡିହି ବ୍ୟାରେଜ୍ ଖୋଲାଯାଇଛି । ଗାଲୁଡିନି ବ୍ୟାରେଜ ପାଣି ଯୋଗୁ ଜାମଶୋଳାଘାଟ ଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଂକେତ ଟପିଛି।

Advertisment

ଜାମଶୋଳାଘାଟରେ ବିପଦ ସଂକେତ ୪୯.୧୬ ମିଟର, ଏବେ ବିପଦ ସଂକେତ ଠାରୁ ଉପରେ ୫୦.୮୮ ମିଟର୍ ରହିଛି। ଗାଲୁଡିହ ବ୍ୟାରେଜରୁ ୩ଲକ୍ଷ କ୍ୟୁସେକ୍ ପାଣି ଛଡା ଯାଇଛି। ଯାହା ଫଳରେ ବାଲିଆପାଳର କୁଡ଼ମାନସିଂହ, ଚୋବଧୁରୀକୁଡ଼, ଜାମକୁଣ୍ଡା, ସୁଙ୍ଘମୁହଁ ଇତ୍ୟାଦି ତଳିଆ ଅଞ୍ଚଳକୁ ପାଣି ପଶିବାର ସମ୍ଭାବନା ଦେଖା ଦେଇଛି।

ସେହିପରି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୁବର୍ଣ୍ଣରେଖାରେ ମଧ୍ୟମ ଧରଣର ବନ୍ୟା ଆସିପାରେ ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ସନ୍ଧ୍ୟା ୬ଟାରେ ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଛୁଇଁବ। ଏଥିପାଇଁ ସତର୍କ ରହିବାକୁ ତଳିଆ ଅଞ୍ଚଳର ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Advertisment

ଯେହେତୁ ଉପର ମୁଣ୍ଡରେ ବର୍ଷା ହୋଇଛି, ସେଥିପାଇଁ ବନ୍ୟା ସମସ୍ୟା ଉପୁଜିବାର ସମ୍ଭାବନା ଥିବା ସେ କହିଛନ୍ତି। ତଳିଆ ଅଞ୍ଚଳରେ ପାଣି ପଶିଲେ ମଧ୍ୟ ବେଶୀ ସମୟ ଅଟକିବନି। ତେଣୁ ବନ୍ୟାକୁ ନେଇ ଲୋକେ ଭୟଭୀତ ନ ହେବାକୁ ଜ୍ୟୋତିର୍ମୟ ଆଶ୍ୱାସନା ଦେଇଛନ୍ତି।

Cyclone Yaas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe