Advertisment

ଥାନା ଭିତରେ ପଶିଲା ‘ଜଳକା’ ପାଣି

ଜଳେଶ୍ୱର (ଅଜିତ୍ ଦାସ): ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳକା ନଦୀ ବନ୍ଧ ଭାଙ୍ଗିଯାଇଛି। ଯେଉଁ କାରଣରୁ ଘାଇ ସୃଷ୍ଟି ହୋଇଛି। ଏବେ ଏହି ନଦୀର ପାଣି ଥାନା ଭିତରେ ପ୍ରବେଶ କରିଛି। ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ଥାନାରେ ଆଣ୍ଠୁଏ ଉପରେ ପାଣି ରହିଛି। ବସ୍ତା ବ୍ଲକର ୧୨ଟି ଓ ସଦର ବ୍ଲକର ୨ଟି ପଞ୍ଚାୟତ ପାଣି ଘେରରେ ରହିଛନ୍ତି। ଏପରିକି ବସ୍ତା କୋର୍ଟ ପରିସରରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଛି। ଯେଉଁ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଥାନା ଭିତରେ ପଶିଲା ‘ଜଳକା’ ପାଣି

basta

ଜଳେଶ୍ୱର (ଅଜିତ୍ ଦାସ): ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳକା ନଦୀ ବନ୍ଧ ଭାଙ୍ଗିଯାଇଛି। ଯେଉଁ କାରଣରୁ ଘାଇ ସୃଷ୍ଟି ହୋଇଛି। ଏବେ ଏହି ନଦୀର ପାଣି ଥାନା ଭିତରେ ପ୍ରବେଶ କରିଛି। ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ଥାନାରେ ଆଣ୍ଠୁଏ ଉପରେ ପାଣି ରହିଛି। ବସ୍ତା ବ୍ଲକର ୧୨ଟି ଓ ସଦର ବ୍ଲକର ୨ଟି ପଞ୍ଚାୟତ ପାଣି ଘେରରେ ରହିଛନ୍ତି। ଏପରିକି ବସ୍ତା କୋର୍ଟ ପରିସରରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଛି। ଯେଉଁ କାରଣରୁ ଲୋକଙ୍କୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡ଼ୁଛି।

Advertisment

ବାଲେଶ୍ୱର ଜିଲ୍ଲା ମଥାନୀ ଠାରେ ଆଜି ସକାଳେ ଜଳସ୍ତର ୫.୫୦ ମିଟର ଥିବା ବେଳେ ସକାଳ ୭ଟା ସୁଦ୍ଧା ଏହା ୭.୧୮ମିଟରରେ ଜଳସ୍ତର ପ୍ରବାହିତ ହେଉଛି। ୨୧ ତାରିଖରୁ ବସ୍ତା ଅଞ୍ଚଳରେ ବର୍ଷା ଲାଗି ରହିଥିବା ସହ ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଆଶଙ୍କା ଦେଖାଦେଇଛି।

ସୂଚନା ଅନୁଯାୟୀ, ୨୧ ତାରିଖରୁ ଲଘୁଚାପ ଜନିତ ଲଗଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ସୁଳିଆପଦା, ମୋରଡା, ତିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ବର୍ଷା ହେବା କାରଣରୁ ନଦୀର ଜଳସ୍ତର ବଢ଼ୁଛି।

Advertisment

ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ହେବାର ଆଶଙ୍କା କରାଯାଉଛି। ବନ୍ୟା ହେଲେ ବସ୍ତା ବ୍ଲକର ୧୨ଟି ଯଥା ପଞ୍ଚାୟତ ପତ୍ରଝଡ଼ା, ସଦାନନ୍ଦ ପୁର, ବାହାର୍ଦା, ମଥାନୀ, ଦୁଧହଂସା, ରାଉତପଡା, ଗଡପଦା, କୁଡିଆ, ବାସିଚକୁରାଇ, ଦରଡା, ବ୍ରାହ୍ମଣଦା, ବରୁଣଗଡିଆ ଏବଂ ସଦର ବ୍ଲକର ୨ଟି ପଞ୍ଚାୟତ ରସୁଲପୁର ଏବଂ ଶ୍ରୀରାମପୁର ପଞ୍ଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ଗତ ୧୦ ବର୍ଷ ଧରି ନଦୀ ବନ୍ଧ ମରାମତି କରା ଯାଇନଥିବାରୁ ବନ୍ଧ କ୍ଷତିଗ୍ରସ୍ତ ହୋଇଥିବାରୁ ବନ୍ଧଭାଙ୍ଗି ଯିବାର ଆଶଙ୍କା ରହିଛି। ତେବେ ଅତ୍ୟଧିକ ଦୁର୍ବଳ ନଦୀବନ୍ଧ ସ୍ଥାନରେ ବାଲି ବସ୍ତା ପକାଇବା ପାଇଁ ବାଲିବସ୍ତା ମହଜୁଦ ରଖାଯାଇଥିବା ସୂଚନା ଦେଇଛନ୍ତି ଜଳସେଚନ ବିଭାଗୀୟ ଅଧିକାରୀ।