Advertisment

କୁଲଡ଼ିହା ଜଙ୍ଗଲରେ ବୁଲୁଛି କ୍ଷତାକ୍ତ ଦନ୍ତା

କୁଲଡ଼ିହା ଅଭୟାରଣ୍ୟରେ ବର୍ଷକ ଭିତରେ ପ୍ରାୟ ୬ ହାତୀଙ୍କ ମୃତ୍ୟୁ ହୋଇଛି। ଅଧିକାଂଶ ହାତୀର ମୃତ୍ୟୁ ଅବାଧ ଶିକାର ଯୋଗୁ ହୋଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
injured elephant

injured elephant

ବାଲେଶ୍ୱର ଜିଲ୍ଲା ନୀଳଗିରି କୁଲଡିହା ଜଙ୍ଗଲରେ ବୁଲୁଛି କ୍ଷତାକ୍ତ ଦନ୍ତାହାତୀ। ଏକାକୀ ଏହି ଦନ୍ତାହାତୀ ବୁଲୁଥିବା ବେଳେ ତା’ ଶରୀରରେ କିପରି କ୍ଷତ ହେଲା ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ତେବେ ହାତୀଙ୍କ ଭିତରେ ଲଢ଼େଇ ଯୋଗୁ ଏପରି ହୋଇଥିବା ବନ ବିଭାଗ ଟିମ୍ ପ୍ରାଥମିକ ଆକାଳନ କରିଛି।

Advertisment

ପ୍ରାୟ ସପ୍ତାହ ହେବ ଜଙ୍ଗଲରେ ଘୁରିବୁଲୁଛି ଏହି ଦନ୍ତା। ସେପଟେ ଏହି କ୍ଷତାକ୍ତ ଦନ୍ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବା ପାଇଁ ଦୁଇଦିନ ହେବ ଟ୍ରାଙ୍କୁଲାଇଜର ଟିମ ମଧ୍ୟ ହାତୀ ପଛେ ପଛେ ଘୁରି ବୁଲୁଛି।

କୁଳଡିହା ଅଭୟାରଣ୍ୟ ଖୁମକୁଟ ଡ୍ୟାମ ନିକଟ ଦନ୍ତା ଖୁଲିଆ ଅଞ୍ଚଳର ପାହାଡ଼ ତଳେ ହାତୀଟି ଘୁରିବୁଲୁଛି। ସ୍ଥାନଟି ବୁଦାଳିଆ ହୋଇଥିବାରୁ ବନ ବିଭାଗ ହାତୀକୁ ଟ୍ରାଙ୍କୁଲାଇଜ କରିବା ସହଜ ହେଉ ନ ଥିବା ଆରସିସିଏଫ୍ ଅଶୋକ କୁମାର ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ବନ ବିଭାଗ ଓ ପ୍ରାଣୀ ଚିକିତ୍ସିକଙ୍କ ସୂଚନା ମୁତାବକ ହାତୀ-ହାତୀ ଭିତରେ ଲଢ଼େଇ ଯୋଗୁ ଏହି ଦନ୍ତାର କାନ୍ଧ ଏବଂ ଗୋଡ଼ରେ କ୍ଷତ ହୋଇଛି। ଏହି ଦନ୍ତା ଉଗ୍ର ବ୍ୟବହାର କରୁଛି। ତେଣୁ ତାକୁ କାବୁ କରି ଚିକିତ୍ସା କରିବା ବିଳମ୍ବ ହେଉଛି। ଏକ ଫାଙ୍କାଳିଆ ସ୍ଥାନକୁ ତାକୁ ଘଉଡ଼ାଇବା ପରେ ଟ୍ରାଙ୍କୁଲାଇଜ୍ କରାଯାଇ ଚିକିତ୍ସା କରାଯିବ। ପରେ ଏହି କ୍ଷତ କେଉଁଥି ପାଇଁ ହୋଇଛି ଜଣାପଡ଼ିବ।

ସୂଚନା ଥାଉକି, କୁଲଡ଼ିହା ଅଭୟାରଣ୍ୟରେ ବର୍ଷକ ଭିତରେ ପ୍ରାୟ ୬ ହାତୀଙ୍କ ମୃତ୍ୟୁ ହୋଇଛି। ଅଧିକାଂଶ ହାତୀ ମୃତ୍ୟୁ ଅବାଧ ଶିକାର ଯୋଗୁ ହୋଇଛି। ତେଣୁ ଶିକାରୀ ଆକ୍ରମଣରେ ଉକ୍ତ ଦନ୍ତା ଆହତ ହୋଇଥିବା ଅଶଙ୍କା କରାଯାଉଛି।

Elephant Rescue Operation