Advertisment

ଧୋକାବାଜ ସ୍ୱାମୀ: ମିଛ କହି ବାହାହେଲା, ଘରେ ପଶି ଏସିଡ୍‌ ଫିଙ୍ଗିଲା

ଗହଣା ଦୋକାନରେ କାମ କରୁଥିବା ବେଳେ ଭୀମପୁର ଗାଁର କାର୍ତ୍ତିକ ସିଂଙ୍କ ସାନ ଝିଅ ବନିତାଙ୍କ ସହ ତାଙ୍କର ଦେଖା ହୋଇଥିଲା। ପରେ ଉଭୟ ପରସ୍ପରକୁ ପ୍ରେମ କରିଥିଲେ। ପ୍ରେମ ଧୀରେ ଧୀରେ ବିବାହର ରୂପ ନେଇଥିଲା। ଦୁଇ ପରିବାର ଲୋକଙ୍କ ସହମତିରେ ଏକ ମନ୍ଦିରରେ ବିବାହ ହୋଇଥିଲା।

Acid Attack

Acid Attack

Advertisment

ଧୋକାବାଜ ସ୍ୱାମୀ! ମିଛ କହି ପ୍ରେମ କଲା। ପରେ ବାହାହେଲା। ଆଉ ଯେତେବେଳେ ମିଛ ଧରାପଡ଼ିଲା, ସେତେବେଳେ ଘରେ ପଶି ଏସିଡ୍‌ ମାଡ଼ କଲା। ଏପରି ଲୋମ ଟାଙ୍କୁରା ଦୃଶ୍ୟ ବାଲେଶ୍ୱର ଟାଉନ୍‌ରେ ଘଟିଛି। ଜହ୍ଲାଦ ସ୍ୱାମୀର ଏସିଡ୍‌ ମାଡ଼ରେ ପତ୍ନୀ, ଦେଢ଼ଶାଳୀ(ପତ୍ନୀଙ୍କ ବଡ଼ ଭଉଣୀ) ଓ ଦୁଇ ନାବାଳକ ଗୁରୁତର ଆହତ ହୋଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି।

Advertisment

ନୀଳଗିରି ନୟାପାଟଣାର ଚନ୍ଦନ କୁମାର ରଣା ପେଶାରେ ଜଣେ ସୁନାରୀ। ସେ ବାଲେଶ୍ୱର ସହଦେବଖୁଣ୍ଟା ଥାନା ଭୀମପୁରରେ ଥିବା ଏକ ଗହଣା ଦୋକାନରେ କାମ କରୁଥିଲେ। ଗହଣା ଦୋକାନରେ କାମ କରୁଥିବା ବେଳେ ଭୀମପୁର ଗାଁର କାର୍ତ୍ତିକ ସିଂଙ୍କ ସାନ ଝିଅ ବନିତାଙ୍କ ସହ ତାଙ୍କର ଦେଖା ହୋଇଥିଲା। ପରେ ଉଭୟ ପରସ୍ପରକୁ ପ୍ରେମ କରିଥିଲେ। ପ୍ରେମ ଧୀରେ ଧୀରେ ବିବାହର ରୂପ ନେଇଥିଲା। ଦୁଇ ପରିବାର ଲୋକଙ୍କ ସହମତିରେ ଏକ ମନ୍ଦିରରେ ବିବାହ ହୋଇଥିଲା।

ବାହାଘର ପରେ ବନିତା ଶାଶୂ ଘରକୁ ଚାଲିଥିଲେ। ଶାଶୂ ଘରେ ପହଞ୍ଚିବା ପରେ ପ୍ରେମିକରୁ ଜୀବନ ସାଥୀ ହୋଇଥିବା ଚନ୍ଦନର କଳା କାହାଣୀ ଜାଣିବାକୁ ପାଇଲେ ବନିତା। ଚନ୍ଦନ ପୂର୍ବରୁ ବିବାହିତ ଓ ତାଙ୍କର ପିଲାପିଲି ଅଛନ୍ତି ବୋଲି ଜାଣିବାକୁ ପାଇଲେ। ଏହା ପରେ ବନିତା ଶାଶୂ ଘର ଛାଡ଼ି ବଡ଼ ଭଉଣୀ ବର୍ଷା ରହୁଥିବା ଭୀମପୁର ସ୍ଥିତ ଭଡ଼ା ଘରକୁ ପଳାଇ ଆସିଥିଲେ। ଭିଣୋଇ ରାଜ୍ୟ ବାହାରେ ଚାକିରି କରିଥିବାରୁ ବଡ଼ ଭଉଣୀ, ପୁତୁରା ଓ ଝିଆରୀଙ୍କ ସହି ରହୁଥିଲେ ବନିତା।

Advertisment

ଅନ୍ୟପକ୍ଷରେ ବନିତା ଘର ଛାଡ଼ି ପଳାଇ ଆସିଥିବାରୁ ବିବ୍ରତ ହୋଇପଡ଼ିଥିଲେ ଚନ୍ଦନ। ଏଥିପାଇଁ ସେ ତାଙ୍କ ବନିତାଙ୍କ ବଡ଼ ଭଉଣୀଙ୍କୁ ଦାୟୀ କରୁଥିଲେ। ପ୍ରତିଶୋଧ ପରାୟଣା ହୋଇପଡ଼ିଥିବା ଚନ୍ଦନ ଆଜି ଜଣେ ବନ୍ଧୁଙ୍କ ସହ ମିଶି ବନିତା ରହୁଥିବା ଘରକୁ ଆସିଥିଲା। କଥାବାର୍ତ୍ତା ଭିତରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ଚନ୍ଦନ ପାଖରେ ରଖିଥିବା ଏସିଡ୍‌କୁ ବନିତା ଓ ବର୍ଷାଙ୍କ ଉପରକୁ ଫିଙ୍ଗି ଦେଇଥିଲା। ଫିଙ୍ଗିବା ବେଳେ କିଛି ଏସିଡ୍‌ ଛିଟିକି ହୋଇ ବର୍ଷା ଛୋଟ ଛୋଟ ପିଲାଙ୍କ ଉପରେ ପଡ଼ିଥିଲା। ପରେ ସେଠାରୁ ଚମ୍ପଟ ମାରିଥିଲା ଚନ୍ଦନ ଓ ତାଙ୍କ ବନ୍ଧୁ।

ବନିତାଙ୍କ ପରିବାର ଲୋକେ ଏ ସମ୍ପର୍କରେ ଜାଣିପାରି ସମସ୍ତଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ବନିତାଙ୍କ ଶରୀରରେ ୭୦ ପ୍ରତିଶତ ଜଳି ଯାଇଥିବାରୁ ତାଙ୍କୁ କଟକ ବଡ଼ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ବର୍ଷା ଓ ତାଙ୍କର ଦୁଇ ପିଲାଙ୍କୁ ବାଲେଶ୍ୱରରେ ଚିକିତ୍ସା କରାଯାଉଛି।

ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଚନ୍ଦନର ପତ୍ତା ପାଉନି ପୁଲିସ୍‌। ତାକୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ କରିଛି।

ରିପୋର୍ଟ-ବାଲେଶ୍ୱରରୁ ରଶ୍ମୀରଞ୍ଜନ ଦାସ ଓ ରଞ୍ଜିତ ପାକଳ

Balasore Acid Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe