Advertisment

ଗ୍ୟାସ୍‌ ଟାଙ୍କି ଫାଟିବା ଘଟଣା: ପୁଅ ପରେ ଚାଲିଗଲା ବାପା

ଚଳିତ ମାସ ୧୯ ତାରିଖରେ ଚାନ୍ଦିପୁର ମୀର୍ଜାପୁରରେ ଘରେ ଗ୍ୟାସ୍‌ ଟାଙ୍କି ଫାଟିଥିଲା। ଘରେ ନବଜାତ ଶିଶୁ ପୁତ୍ର ପୋଡ଼ି ଯାଇ ପ୍ରାଣ ହରାଇଥିଲେ।

ଅଦ୍ୟତନ ହୋଇଛି
strike

strike

Advertisment

ଗ୍ୟାସ୍‌ ଟାଙ୍କି ଫାଟିବା ଘଟଣାରେ ପୁଅ ପରେ ବାପା ମୃତ। ଚଳିତ ମାସ ୧୯ ତାରିଖରେ ଚାନ୍ଦିପୁର ମୀର୍ଜାପୁରର ସେକ ଭଲୁଙ୍କ ଘରେ ଗ୍ୟାସ୍‌ ଟାଙ୍କି ଫାଟି ନିଆଁ ଲାଗି ଯାଇଥିଲା। ଏହି ଦୁର୍ଘଟଣାରେ ତାଙ୍କ ନବଜାତ ଶିଶୁ ପୁତ୍ର ପୋଡ଼ି ଯାଇ ପ୍ରାଣ ହରାଇଥିଲେ। ଯେତେବେଳେ କି ଗୁରୁତର ବାପା ସେକ ଭଲୁ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଥିଲେ। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ବାପାର ମୃତ୍ୟୁ ହୋଇଥିଲା। ଆଜି ସକାଳେ ପରିବାର ଓ ସମ୍ପର୍କିୟ ଏହା ଜାଣିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏସ୍‌ସିବିରେ ଉପଯୁକ୍ତ ଚିକିତ୍ସା ଦିଆ ନ ଯିବାରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ଲୋକେ ଚାନ୍ଦିପୁର ପାଞ୍ଚୟତ ଅନ୍ତର୍ଗତ ବଳରାମଗଡି-ମିର୍ଜାପୁର ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ।

Advertisment

ଲୋକେ ଅଭିଯୋଗ କରିଛନ୍ତି, ସଦର ବିଧାୟକ ପ୍ରତିଶ୍ରୁତି ଦେଇଥିଲେ ଯେ ଗୁରୁତରଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇ ଭଲ ଚିକିତ୍ସା କରାଯିବ। ବିଏସ୍‌କେୱାଇ କାର୍ଡରେ ସବୁ ସୁବିଧା ମିଳିପାରିବ। ମାତ୍ର କଟକ ଏସ୍‌ସିବିରେ ଗୁରୁତରଙ୍କୁ ଆଇସିୟୁ ଭର୍ତ୍ତି କରାଯାଇ ନ ଥିଲା କିମ୍ବା ଭଲ ଚିକିତ୍ସା ମିଳିଲାନି। ତେଣୁ ଚିକିତ୍ସା ଅଭାବରୁ ଲୋକଟିର ମୃତ୍ୟୁ ହେଲା।

ଲୋକେ ଦାବି କରିଛନ୍ତି, ତୁରନ୍ତ ବିଧାୟକ ପହଞ୍ଚି ଲୋକଙ୍କୁ ଏହାର ଉତ୍ତର ଦିଅନ୍ତୁ। ଘଟଣାକୁ ୬ ଦିନ ପୂରିବାକୁ ବସିଥିବା ବେଳେ ପ୍ରଶାସନ ପକ୍ଷରୁ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରାଗଲାନାହିଁ କିମ୍ବା ସହାୟତା କରାଗଲା ନାହିଁ। ତୁରନ୍ତ ଏହାର ବିଚାର କରାଯାଇ ଉପଯୁକ୍ତ ସହାୟତା ଯୋଗାଇ ଦିଆଯାଉ।

Advertisment

ସେପଟେ ଏହି ଘଟଣାରେ ଅନ୍ୟ ୨ ଗୁରୁତର ଶିଶୁ ବାଲେଶ୍ୱର ମେଡିକାଲରେ ଓ ମାଆ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅଛନ୍ତି। ଏହି ଦୁଃଖଦ ଘଟଣାକୁ ନେଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଉତ୍ତେଜନା ସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛି।

Unnatural Death Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe