Advertisment

ପ୍ରେମିକା କହିଲା- ‘ଯିଏ ମୋତେ ବରବାଦ କଲା, ସେ ମୋର ହେବ’

https://odishareporter.in/?p=617817&preview=true

author-image
Niharika Rout
ଅଦ୍ୟତନ ହୋଇଛି
ପ୍ରେମିକା କହିଲା- ‘ଯିଏ ମୋତେ ବରବାଦ କଲା, ସେ ମୋର ହେବ’

GIRL

ଜଳେଶ୍ୱର(ଅଜିତ ଦାସ): “ଯିଏ ମୋ ଇଜ୍ଜତ ନେଲା, ମୋ କ୍ୟାରିଅର ବରବାଦ କଲା, ଯାହା ବି ହେଲେ ସେ ମୋର ହେବ।” ପ୍ରେମରେ ପ୍ରତାରିତ ହେବା ସତ୍ତ୍ୱେ ନିଜ ପ୍ରେମିକକୁ  ହିଁ ଜୀବନସାଥୀ କରିବା ପାଇଁ ଜିଦ୍‌ କରିଛନ୍ତି ପ୍ରେମିକା। ଏପରିକି ରାତି ସାରା ପ୍ରେମିକ ଘର ସମ୍ମୁଖରେ ବସି ରହିଛନ୍ତି । ଆଉ ପ୍ରେମିକକୁ ନ ପାଇବା ପର୍ଯ୍ୟନ୍ତ ଉଠିବେ ନାହିଁ ବୋଲି ମଧ୍ୟ ରୋକଠୋକ ଶୁଣାଇ ଦେଇଛନ୍ତି। ଏପରି ଘଟଣା ଗତକାଲି  ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରେ ଘଟିଯାଇଛି। । ଏବେ ନ୍ୟାୟ ପାଇଁ ଯୁବତୀଜଣକ ବାଲିଆପାଳ ଥାନାରେ  ଅଭିଯୋଗ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ଫେସ୍‌ବୁକ୍‌ରୁ ଆରମ୍ଭ ହେଲା ପ୍ରେମ। ୨ ବର୍ଷ ଧରି ପରସ୍ପରର ପ୍ରେମରେ ଉବୁଟୁବୁ ହେଲେ ପ୍ରେମୀ ଯୁଗଳ। ପ୍ରେମ ପକ୍ଷୀ ହୋଇ ଜାଗାକୁ ଜାଗା ଘୁରୁ ବୁଲିଲେ।  ଏପରିକି ପୁରୀରୁ ଭୁବନେଶ୍ୱର, ବାଲେଶ୍ୱର ଯାଏ ଘୁରି ବୁଲିଲେ। କଥା ଶାରୀରିକ ସମ୍ପର୍କ ପର୍ଯ୍ୟନ୍ତ ମଧ୍ୟ ଗଲା। ହେଲେ ଏବେ ଆଉ ଧରା ଦେଉ ନାହାନ୍ତି ପ୍ରେମିକ।

ନିଜ ମନର ମଣିଷ ପାଖରୁ ପ୍ରତାରିତ ହେବା ପରେ ପ୍ରେମିକ ଘର ସାମନାରେ ଥଣ୍ଡା, କାକରରେ ଗତକାଲି ରାତି ସାରା ବସି ରହିଛନ୍ତି ପ୍ରେମିକା।ଏପରିକି ପ୍ରେମିକା ଆସିବା ଖବର ପାଇ ପ୍ରେମିକ ଚମ୍ପଟ ମାରିଛି । ଅପରପକ୍ଷେ ପୁଅ ନ ଥିବା କହି ଯୁବକର ପରିବାର ଲୋକ କବାଟ ଖୋଲୁ ନାହାନ୍ତି।

Advertisment

ସୂଚନା ଅନୁଯାୟୀ, ବାଲିଆପାଳ ଥାନା ଅନ୍ତର୍ଗତ ନୁଆଗାଁ ଗ୍ରାମର ଚକ୍ରଧର ମହାନ୍ତିଙ୍କ ସହ  ନିକଟସ୍ଥ ଅଞ୍ଚଳର ଜଣେ ଯୁବତୀଙ୍କର   facebookରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଗତ ୨ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ବିବାହ  ପାଇଁ ମନା କରିବା ପରେ ଯୁବକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି। ତେବେ ପ୍ରେମିକକୁ ନ ପାଇବା ପର୍ଯ୍ୟନ୍ତ ଏମିତି ଧାଏରଣାରେ ବସିବେ ବୋଲି କାନ୍ଦି କାନ୍ଦି କହିଛନ୍ତି ଯୁବତୀ।  

ଅଧିକ ପଢ଼ନ୍ତୁ : ଆକ୍ସନ ବୟରୁ ଲଭର୍ ବୟ ସାଜିଲେ ପ୍ରଭାସ

Odia News