Advertisment

ହାତ ପାପୁଲିରେ ଶେଷ କଥା, ମୋ ଜୀବନକୁ ବର୍ବାଦ କରିଦେଲା ଧୋକାବାଜ ପ୍ରେମିକ!

ସୋର (ଶଶୀକାନ୍ତ ବେହେରା): ମା’ ମୋ ଜୀବନ ବର୍ବାଦ ହୋଇଯାଇଛି। ମୁଁ ବହୁତ ବଡ଼ ଠକାମୀର ଶିକାର ହୋଇଛି। ମୁଁ ହାରିଯାଇଛି। ବହୁତ କଷ୍ଟ ହେଉଛି। ଆଉ ସହି ପାରୁନି ମା’। ମୋତେ କ୍ଷମା କରିଦେବ ମା’। ଏହା ଥିଲା ସସ୍ମିତାଙ୍କ ଶେଷ କଥା। ଏଇ କେଇ ପଦ ନିଜ ହାତ ପାପୁଲିରେ ଲେଖିବା ପରେ ସସ୍ମିତା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ହାତ ପାପୁଲିରେ ଶେଷ କଥା, ମୋ ଜୀବନକୁ ବର୍ବାଦ କରିଦେଲା ଧୋକାବାଜ ପ୍ରେମିକ!

soro

ସୋର (ଶଶୀକାନ୍ତ ବେହେରା): ମା’ ମୋ ଜୀବନ ବର୍ବାଦ ହୋଇଯାଇଛି। ମୁଁ ବହୁତ ବଡ଼ ଠକାମୀର ଶିକାର ହୋଇଛି। ମୁଁ ହାରିଯାଇଛି। ବହୁତ କଷ୍ଟ ହେଉଛି। ଆଉ ସହି ପାରୁନି ମା’। ମୋତେ କ୍ଷମା କରିଦେବ ମା’। ଏହା ଥିଲା ସସ୍ମିତାଙ୍କ ଶେଷ କଥା। ଏଇ କେଇ ପଦ ନିଜ ହାତ ପାପୁଲିରେ ଲେଖିବା ପରେ ସସ୍ମିତା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱରଜିଲ୍ଲା ଖଇରା ବ୍ଲକ୍ ଜଳଦା ପଞ୍ଚାୟତ ତୁଟ ଗ୍ରାମରେ।

Advertisment

ଗାଁର ଭରତ ଚନ୍ଦ୍ର ବେହେରାଙ୍କ ଝିଅ ସସ୍ମିତା। କିଛି ବର୍ଷ ତଳେ ମାଖନପୁର ପଞ୍ଚାୟତ ଭାଟପଡ଼ା ଗ୍ରାମରେ ନିରଞ୍ଜନ ଶିଅଳଙ୍କର ପୁଅ ରତିକାନ୍ତ ଶିଅଳ ସସ୍ମିତାକୁ ପ୍ରେମ କରିଥିଲେ। ସସ୍ମିତାକୁ ବିବାହର ପ୍ରତିଶ୍ରୁତି ଦେଇ ତା’ ସହ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ଉଭୟଙ୍କ ପ୍ରେମ ସମ୍ପର୍କ ସମସ୍ତଙ୍କୁ ଅଛପା ଥିଲା। କିଛିଦିନ ଏଭଳି ଲୁଚକାଳି ପ୍ରେମ ପରେ ସସ୍ମିତା ବିବାହ କରିବା ପାଇଁ ରତିକାନ୍ତକୁ କହିଥିଲେ। କିନ୍ତୁ ରତିକାନ୍ତ ବିବାହ ପାଇଁ ମନା କରିଦେଇଥିଲେ। ଏପରିକି ରତିକାନ୍ତ ଅନ୍ୟ ଆଡ଼େ ବିବାହ କରିଥିଲେ। ଯାହା ପରେ ସସ୍ମିତା ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ।

ବାପା-ମାଙ୍କ ସମେତ ଆଖପାଖ ଲୋକେ ଯେତେ ବୁଝାଇବା ପରେ ମଧ୍ୟ ସସ୍ମିତା ବୁଝି ନଥଲା। କାହିଁକି ନା ସସ୍ମିତା ସେତେବେଳେ ଜୀବନର ସବୁକିଛି ହରାଇ ସାରିଥିଲା। ଶେଷରେ ଆତ୍ମହତ୍ୟା ପରି ଏକ ନିଷ୍ଠୁର ପଦକ୍ଷେପକୁ ଆପଣାଇ ନେଇଥିଲା ସସ୍ମିତା। ରବିବାର ବିଳମ୍ବିତ ରାତିରେ ଶୋଇବା ଘର ଫ୍ୟାନରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ମଧ୍ୟ ସସ୍ମିତାର ବିବାହ ପାଇଁ ଅନ୍ୟ ଜାଗାରେ ଠିକ୍ କରିସାରିଥିଲେ। କିନ୍ତୁ ବିବାହ ପୂର୍ବରୁ ସସ୍ମିତାଙ୍କ ଏଭଳି ପଦକ୍ଷେପ ପରିବାର ଲୋକଙ୍କୁ ବ୍ୟଥିତ କରିଛି।

Advertisment

ଅନ୍ୟପକ୍ଷରେ ରତିକାନ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଝିଅର ଦାଦା କ୍ଷେତ୍ରବାସୀ ବେହେରା ଖଇରା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଖଇରା ଥାନାରେ ଏଏସଆଇ ଶ୍ୟାମସୁନ୍ଦର ବିନ୍ଧାଣି ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ମୃତ୍ୟୁ ପୂର୍ବରୁ ସସ୍ମିତା ପେନ୍‌ରେ ନିଜ ହାତ ପାପୁଲିରେ ଶେଷ କଥା ଲେଖିଥିଲେ।