Advertisment

ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଖନ୍ତାପଡ଼ା ଥାନା ଅଞ୍ଚଳର ବିଶ୍ୱନାଥ ବେହେରା ପେଶାରେ ଜଣେ ରାଜମିସ୍ତ୍ରୀ। ସେ ନୀଳଗିରି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପକ୍କା କାମରେ ନିୟୋଜିତ କରିବାକୁ ଡାକିଥିଲେ। ପେଟ ଚାଖଣ୍ଡକ ପାଇଁ ଯୁବତୀ ଜଣକ କାମ କରିବାକୁ ଯାଇଥିଲେ।

author-image
Manoranjan Sial
Balasore

Balasore

ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଖନ୍ତାପଡ଼ା ଥାନା ଅଞ୍ଚଳର ବିଶ୍ୱନାଥ ବେହେରା ପେଶାରେ ଜଣେ ରାଜମିସ୍ତ୍ରୀ। ସେ ନୀଳଗିରି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପକ୍କା କାମରେ ନିୟୋଜିତ କରିବାକୁ ଡାକିଥିଲେ। ପେଟ ଚାଖଣ୍ଡକ ପାଇଁ ଯୁବତୀ ଜଣକ କାମ କରିବାକୁ ଯାଇଥିଲେ। ହେଲେ ବିଶ୍ୱନାଥ କାମ ଦେବା ପରିବର୍ତ୍ତେ ଖାଦ୍ୟରେ ନିଶା ମିଶାଇ ଖାଇବାକୁ ଦେଇଥିଲା। ଯୁବତୀ ଜଣକ ଜାଣିନପାରି ଖାଇଦେଇଥିଲେ। ଏହା ପରେ ସଜ୍ଞା ହରାଇଥିଲେ। ଏହାର ସୁଯୋଗ ନେଇ ବିଶ୍ୱନାଥ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଆଜି ସନ୍ଧ୍ୟା ବେଳେ ପୀଡ଼ିତା ଘରକୁ ଫେରି ପରିବାର ଲୋକଙ୍କୁ କହିଥିଲେ। ଏହା ପରେ ପରିବାର ଲୋକେ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଅନ୍ୟପକ୍ଷରେ କଟକ ଟାଉନ୍‌ରେ ଜିମ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ମୃଦ୍ୟୁ ପାନୀୟରେ ନିଶା ମିଶାଇ ପିଇବାକୁ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ମର୍କତନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଜିମ୍‌ର ସିସିଟିଭ ଯାଞ୍ଚ ସହ ତଦନ୍ତ ଆରମ୍ଭ କରୁଛି ପୁଲିସ।

Balasore Rape Balasore Girl