ପ୍ରେମ ପାଇଁ ପିଟାପିଟି, ଫିକା ପଡ଼ିଯିବ ସାଉଥ୍‌ ଫିଲ୍ମ !

ବାଲେଶ୍ଵର(ରଣଜିତ ପାକଳ): ପ୍ରେମକୁ ନେଇ ମହାଭାରତ । ବାଲେଶ୍ଵର ଜିଲ୍ଲାରେ ଏଭଳି ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି । ଦୁଇ ଗୋଷ୍ଠୀ ଭିତରେ ଏଭଳି ମାର ପିଟ୍ ହେଉଛନ୍ତି ଯେମିତି ସାଉଥ ଫିଲ୍ମ ବି ଫିକା ପଡ଼ିଯିବ । ଘଟଣା ହେଉଛି ବାଲେଶ୍ଵର ଜିଲ୍ଲା ଶିଳ୍ପାଞ୍ଚଳ  ଥାନା ଅନ୍ତର୍ଗତ ଅସ୍ତପୁର ଗ୍ରାମର । ଗତ ମେ’ ୧୦ରେ ଏ ଘଟଣା ଘଟିଛି । ନଅ ଦିନର ଭିଡିଓଟି ଏବେ ବେଶ ସୋଶାଲ ମିଡିଆରେ ଭାଇରାଲ  […]

700

Tapas Behera
  • Published: Thursday, 20 May 2021
  • , Updated: 20 May 2021, 09:50 PM IST

ବାଲେଶ୍ଵର(ରଣଜିତ ପାକଳ): ପ୍ରେମକୁ ନେଇ ମହାଭାରତ । ବାଲେଶ୍ଵର ଜିଲ୍ଲାରେ ଏଭଳି ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି । ଦୁଇ ଗୋଷ୍ଠୀ ଭିତରେ ଏଭଳି ମାର ପିଟ୍ ହେଉଛନ୍ତି ଯେମିତି ସାଉଥ ଫିଲ୍ମ ବି ଫିକା ପଡ଼ିଯିବ । ଘଟଣା ହେଉଛି ବାଲେଶ୍ଵର ଜିଲ୍ଲା ଶିଳ୍ପାଞ୍ଚଳ  ଥାନା ଅନ୍ତର୍ଗତ ଅସ୍ତପୁର ଗ୍ରାମର । ଗତ ମେ’ ୧୦ରେ ଏ ଘଟଣା ଘଟିଛି । ନଅ ଦିନର ଭିଡିଓଟି ଏବେ ବେଶ ସୋଶାଲ ମିଡିଆରେ ଭାଇରାଲ  ହେବା ସହ ଚର୍ଚ୍ଚାର ରହିଛି ।

ସୂଚନାଅନୁଯାଇ ସେଇ ଗାଁର ଅସ୍ତପୁର ଗ୍ରାମର ଜଣେ ଯୁବତୀଙ୍କ ସହ ନିକଟସ୍ଥ ଅଞ୍ଚଳର ଜଣେ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମାତ୍ର ଉଭୟଙ୍କ ପ୍ରେମକୁ ନେଇ ଯୁବତୀଙ୍କ ପରିବାର ଅସହମତି ପ୍ରକାଶ କରିଥିଲେ। ଏହା ପରେ  ଯୁବକଙ୍କ ସହ ଯୁବତୀଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା।

ଘଟଣାଟି ଥାନାକୁ ମଧ୍ୟ ଯାଇଥିଲା।  ପୁଲିସ ଉଭୟଙ୍କୁ ବୁଝାସୁଝା କରିଥିଲା । ହେଲେ  ପରେ  ଉଭୟଙ୍କ ମଧ୍ୟରେ ତିକ୍ତତା ଅଧିକ ବଢି ଯାଇଥିଲା । ଗତ ୧୦ ତାରିଖରେ ଉଭୟଙ୍କ ମଧ୍ୟରେ ଆକ୍ରୋଶ ତୀବ୍ରତର  ହୋଇଥିଲା । ପ୍ରେମିକଙ୍କ ତରଫରୁ ଏକ ଗୋଷ୍ଠୀ ଯୁବତୀ ଘରେ ପହଞ୍ଚିଥିଲେ। ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି, ତିକ୍ତତା ବଢ଼ିଲା । ଆଉ କିଛି ସମୟ ପରେ ଯୁବତୀଙ୍କ ଘର ସମ୍ମୁଖରେ ଧସ୍ତାଧସ୍ତି , ପିଟାମରା ଭଳି ଖଣ୍ଡପ୍ରଳୟ ହୋଇଥିଲା। ଲାଠି, ଛାଞ୍ଚୁଣୀ, କୋଦଳ ଓ ଲୁହା ରୋଡ଼ରେ ପିଟାପିଟି ହୋଇଥିଲେ। ଯିଏ ଯେମିତି  ଯୋଉଠି ପାରିଲା ପ୍ରହାର କଲା। ଆଉ ଉଭୟ ଗୋଷ୍ଠୀ ଡାକ୍ତରଖାନା ପହଁଚିଲେ ।

ବାଇକ, କାର ଭଙ୍ଗାରୁଜା ମଧ୍ୟ ହେଲା ।  ପରିଣାମ ସ୍ୱରୂପ ଯୁବକ ସମ୍ପର୍କୀୟ ଓ ଯୁବତୀଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା । ଏବେ ଏହି ଘଟଣା ସୋଶାଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ତେବେ ଏନେଇ ପୁଲିସ କିଛି ମୁହଁ ଖୋଲୁ ନଥିବାବେଳେ ଶିଳ୍ପାଞ୍ଚଳ ଥାନାରେ ଦୁଇଟି ମାମଲା ଉଭୟଙ୍କ ପକ୍ଷରୁ ରୁଜୁ ହୋଇଛି।  ହେଲେ ପୁଲିସ କାହାରିକୁ ଗିରଫ କରିନାହିଁ। କେବଳ ଆକ୍ରମଣକାରୀଙ୍କ ଏକ ସ୍କୁଟିକୁ ପୋଲସ ଜବତ କରିଛି । ତେବେ ଯୁବତୀଙ୍କ ବାପା ଉଚ୍ଚ ପଦାଧିକାରୀଙ୍କ ଠାରେ ଦ୍ୱାରସ୍ଥ ହେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି।

Related story