Advertisment

ସାର୍‌ କହୁଛନ୍ତି- ମୁଁ ମଦ ପିଇନି, ଗରମ ପଖାଳ ଓ କୁନ୍ଦୁରି ଭଜା ଖାଇ ସ୍କୁଲ ଆସିଛି

‘ମୋର ଦେହ ଖରାପ ଥିବାରୁ ମୁଁ ଶୋଇ ପଡ଼ିଥିଲି। କେବେ କେବେ ଘର କାମ ପଡ଼ିଲେ ମଦଟିକେ ପିଇଦିଏ। ଆମର ଯେତେ ସବୁ ପର୍ବ ଅଛି, ସେଥିରେ ମଦ ପିଏ। କିନ୍ତୁ ସ୍କୁଲକୁ ମଦ ପିଇ ଆସିନଥିଲି’

Balasore

Balasore

Advertisment

ମଦ ନିଶାରେ ଶ୍ରେଣୀ ଗୃହରେ ପିଲାଙ୍କ ଆଗରେ ଶୋଇଛନ୍ତି। ଆଉ ଗଣମାଧ୍ୟମରେ ଟଳମଳ ହୋଇ କହୁଛନ୍ତି, ମୁଁ ମଦ ପିଇନି। ଗରମ ପଖାଳ ଓ କୁନ୍ଦୁରି ଭଜା ଖାଇ ସ୍କୁଲ ଆସିଛି। ଯଦି ମଦ ପିଇଛି ବୋଲି କହୁଛନ୍ତି, ତାହାହେଲେ ଟେଷ୍ଟ ମେସିନ୍‌ ଆଣନ୍ତୁ ବୋଲି ବାହାସ୍ଫୋଟ୍‌ ମାରୁଛନ୍ତି ପ୍ରଧାନଶିକ୍ଷକ ମୋତିରାମ ମାରାଣ୍ଡି। ବାଲେଶ୍ୱର ଜିଲ୍ଲାରୁ ଆସିଛି ଏପରି ଖବର।

Advertisment

ପୂରା ଘଟଣା ଏମିତି। ଜଳେଶ୍ୱର ଖୁଦିଆମାଝି ସହିରେ ରହିଛି ତୋଟାପଡା ସରକାରୀ ପ୍ରାଥମିକ ସ୍କୁଲ। ଏହି ସ୍କୁଲର ପ୍ରଧାନଶିକ୍ଷକ ହେଉଛନ୍ତି ମୋଚିରାମ ମାରାଣ୍ଡି। ମଙ୍ଗଳବାର ଦିନ ସେ ମଦ ପିଇ ସ୍କୁଲ ଆସିଥିବା ଅଭିଯୋଗ ହୋଇଛି। ପିଲାଙ୍କୁ ପାଠ ପଢ଼ାଇବା ବଦଳରେ ଶ୍ରେଣୀ ଗୃହରେ ସେ ଶୋଇ ଯାଇଥିଲେ। ପିଲାମାନେ ଏନେଇ ଅଭିଭାବକଙ୍କୁ କହିଥିଲେ। ଅଭିଭାବମାନେ ସ୍କୁଲରେ ପହଞ୍ଚି ତାଙ୍କୁ ଏକ ଗୃହରେ ପୂରାଇ ତାଲା ପକାଇ ଦେଇଥିଲେ। ପରେ ଏନେଇ ଜଳେଶ୍ୱର ଏବିଇଓଙ୍କୁ ସୂଚନା ଦେଇଥିଲେ।

ମୋଚିରାମ ମାରାଣ୍ଡି କହିଛନ୍ତି, ମୋର ଦେହ ଖରାପ ଥିବାରୁ ମୁଁ ଶୋଇ ପଡ଼ିଥିଲି। କେବେ କେବେ ଘର କାମ ପଡ଼ିଲେ ମଦଟିକେ ପିଇଦିଏ। ଆମର ଯେତେ ସବୁ ପର୍ବ ଅଛି, ସେଥିରେ ମଦ ପିଏ। କିନ୍ତୁ ସ୍କୁଲକୁ ମଦ ପିଇ ଆସିନଥିଲି ବୋଲି ମୋତିରାମ କହିଛନ୍ତି।

Advertisment

ଜଳେଶ୍ୱର ଏବିଇଓ ଅଜୟ କୁମାର ଜେନା ସ୍କୁଲରୁ ପହଞ୍ଚି ପ୍ରଧାନଶିକ୍ଷକ ମୋଚିରାମ ମାରାଣ୍ଡିଙ୍କୁ ଉଦ୍ଧାର କରିଥିଲେ। ପରେ ସ୍କୁଲ ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ। ସାରଙ୍କୁ ତରନ୍ତ ବଦଳି କରିବାକୁ ଅଭିଭାବକମାନେ ଅଡି ବସିଥିଲେ। ଆଜି ତାଙ୍କୁ ସସ୍‌ପେଣ୍ଡ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଜଣାପଡ଼ିଛି।

ଅଭିଭାବକଙ୍କ କହିବା ଅନୁସାରେ ମୋଚିରାମ ମାରାଣ୍ଡି ସାର୍‌ ନିୟମିତ ମଦ ପିଇ ସ୍କୁଲ ଆସିଥାନ୍ତି। ଚେୟାରରେ ଶୋଇପଡ଼ନ୍ତି। ମନ ନିଶାରେ ମୋବାଇଲ୍‌ରେ ଗୀତ ବଜାଇ ନାଚନ୍ତି। ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା।

ରିପୋର୍ଟ-ଜଳେଶ୍ୱରରୁ ଅଜିତ ଦାସ

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe