Advertisment

ଦୁର୍ଘଟଣାସ୍ଥଳ ବୁଲିଲେ ରେଳ ମନ୍ତ୍ରୀ; କହିଲେ- ଦୁର୍ଘଟଣାର ମୂଳ କାରଣ ଖୋଜାଯିବ

ଦୁର୍ଘଟଣା ସ୍ଥଳ ପରିଦର୍ଶନ ପରେ ରେଳ ମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନ କରି ଏପରି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
Train Accident

Train Accident

Advertisment

ଗତକାଲି ରାତିରେ ବାଲେଶ୍ୱର ର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଥିବା ବେଳେ ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିସହ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।

Advertisment

ଦୁର୍ଘଟଣା ସ୍ଥଳ ପରିଦର୍ଶନ ପରେ ରେଳ ମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନ କରି ଏପରି ମର୍ମନ୍ତୁଦ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ଏହି ଦୁର୍ଘଟଣାରୁ ବର୍ତ୍ତି ଗୁରୁତର ହୋଇଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର ସହ ଉପଯୁକ୍ତ ଚିକିତ୍ସା ଯୋଗାଇବା ପ୍ରଥମ ପ୍ରାଥମିକତା ବୋଲି କହିଛନ୍ତି।

ଏହାପରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ । ଏଥିନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଛି ବୋଲି କହିଛନ୍ତି ରେଳ ମନ୍ତ୍ରୀ। କାହାର ତ୍ରୁଟି ରହିଛି, କ’ଣ ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଲା ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ।

Advertisment

ତେବେ ଏତେ ଭୟଙ୍କର ଦୁର୍ଘଟଣା କିପରି ଘଟିଲା ତାକୁ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରୁନି। ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମେ ଯଶବନ୍ତପୁର-ହାୱଡା ଟ୍ରେନ୍‌ ମାଲବାହୀ ଗାଡ଼ି ସହ ଧକ୍କା ହୋଇ ଲାଇନ୍‌ଚୁତ୍ୟ ହୋଇଥିଲା। ଏହାପରେ ଦ୍ରୁତ ଗତିରେ ଆସୁଥିବା ସାଲିମାର ଏକ୍ସପ୍ରେସ ଏଥିରେ ପିଟି ହୋଇଥିଲ। ହେଲେ ସାଉଥ- କୋଷ୍ଟ ପକ୍ଷରୁ ଭିନ୍ନ ମତ ରଖାଯାଉଛି।

ସାଉଥ- କୋଷ୍ଟ ଅନୁଯାୟୀ, ପ୍ରଥମେ ସାଲିମାର ଏକ୍ସପ୍ରେସ ମାଲବାହୀ ଟ୍ରେନ୍‌ ସହ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ ସେଥିରେ ଯଶବନ୍ତପୁର-ହାୱଡା ଟ୍ରେନ୍‌ ପିଟି ହୋଇଥିଲା। ଏପର୍ଯ୍ୟନ୍ତ ଘଟଣାର ସତ୍ୟାସତ୍ୟ ଜଣା ପଡ଼ି ନ ଥିବା ବେଳେ ସାଲିମାର ଏକ୍ସପ୍ରେସ୍‌ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। 

ଟ୍ରେନ ଟ୍ରାଜେଡ଼ି ରେ ମୃତାହତଙ୍କ ପାଇଁ ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇଛି। ମୃତକଙ୍କ ପରିବାର ପିଛା ମିଳିବ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି, ଗୁରୁତର ଆହତଙ୍କ ପାଇଁ ୨ ଲକ୍ଷ ଏବଂ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ଟ୍ରେନ ଟ୍ରାଜେଡ଼ି ପରେ ବାଲେଶ୍ୱର ରୁଟରେ ରେଳ ସେବା ପ୍ରଭାବିତ ହୋଇଛି । ଆଜି ପାଇଁ ବାତିଲ ହୋଇଛି ଏକାଧିକ ଏକ୍ସପ୍ରେସ ସହ ପାସେଞ୍ଜର ଟ୍ରେନ୍ । ୯ଟି ଟ୍ରେନର ଗତିପଥ ସମ୍ପୂର୍ଣ୍ଣ ବଦଳା ଯାଇଛି । ଆଉ ୬ଟି ଟ୍ରେନର ଆଂଶିକ ରୁଟ୍ ଡାଇଭର୍ଟ ହୋଇଛି ।

ମୃତାହତଙ୍କ  ପରିବାର ପ୍ରତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ  ସମବେଦନା ଜଣାଇଛନ୍ତି । ସେହିପରି ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

Balasore Train Accident TrainMishapInOdisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe