/odisha-reporter/media/post_attachments/uploadimage/library/16_9/16_9_0/Train_1684640236.jpg)
Train
ବଡ଼ ଅଘଟଣରୁ ବର୍ତ୍ତି ଯାଇଛି ହାୱଡ଼ା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ। ଶନିବାର ବିଳମ୍ବିତ ରାତିରେ ଏହା ପୁରୀ ଅଭିମୁଖେ ଆସୁଥିବା ବେଳେ ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲାର ନେକୁରସୁଣୀ ଷ୍ଟେସନ ନିକଟରେ ଏଥିରୁ କିଛି ବଗି ଅଲଗା ହୋଇଯାଇଥିଲା। ପ୍ରାୟ ୫୦୦ ମିଟର ଦୂରରେ ଯାଇ ଇଞ୍ଜିନଟି ଅଟକି ଥିଲା।
Advertisment
ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଘଟଣା ଘଟିଥିଲା। ଷ୍ଟେସନ ପାଖାପାଖି ଥିବାରୁ ଟ୍ରେନର ଗତି ମନ୍ଥର ଥିବାରୁ ଏକ ବଡ଼ ଅଘଟଣ ଟଳିଗଲା ବୋଲି କୁହାଯାଉଛି। ତେବେ କେମିତି ଏମିତି ଏକ ଘଟଣା ଘଟିଲା, ତାହା ଜଣାପଡ଼ିନି।
ଏହି ଘଟଣା ପରେ ଖଡ଼ଗପୁରରୁ ରେଳ ବିଭାଗର କର୍ମଚାରୀ ଆସି ମରାମତି କାମ କରିଥିଲେ। ତା’ପରେ ଟ୍ରେନଟି ପୁରୀ ଅଭିମୁଖେ ଯାତ୍ରା କରିଥିଲା। କିନ୍ତୁ ଏଥିପାଇଁ ୬ ଘଣ୍ଟା ଲାଗି ଯାଇଥିଲା। ଯାତ୍ରୀମାନେ ରାତିସାରା ବଡ଼ ହନ୍ତସନ୍ତ ହୋଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
