Advertisment

ପୋଖରୀରୁ ମିଳିଲା ମଣିଷ ଖପୁରୀ ଓ ହାଡ଼

ଗତ ଦୁଇ ବର୍ଷ ତଳେ ପାଣିସୁଳିଆ ଗାଁର ଏକ ନାବାଳିକା ନିଖୋଜ ହୋଇଯାଇ ଥିଲା। ଏହି ନର କଙ୍କାଳ ସେହି ନାବାଳିକାର ବୋଲି ଗ୍ରାମବାସୀ ସନ୍ଦେହ କରୁଛନ୍ତି।

author-image
Tapaswini Nayak
skeleton

skeleton

ପୋଖରୀରୁ ମାଛ ଧରିବା ପାଇଁ ପାଣି ଶୁଖାଯାଉଥିଲା। ହେଲେ ପୋଖରୀରୁ ପାଣି ଶୁଖାଇବା ସମୟରେ ଅଖା ଭିତରୁ ମିଳିଥିଲା ଖପୁରି ଓ ହାଡ଼। ଯାହାକୁ ଦେଖି ତାଜୁବ ହୋଇଗଲେ ଗ୍ରାମବାସୀ। ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ପାଣିସୁଳିଆ ଗାଁ ପୋଖରୀରୁ ।

Advertisment

ଆଜି ସକାଳେ ଗାଁ ପୋଖରୀରୁ ମାଛ ଧରିବା ପାଇଁ ଗ୍ରାମବାସୀ ପାଣି ଶୁଖାଉଥିଲେ। ଏହି ସମୟରେ ଏକ ଅଖା ଭିତରୁ ମଣିଷ ଖପୁରି ଓ ହାଡ଼ ବାହାରିଥିଲା। ଯାହାକୁ ଦେଖି ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଖପୁରି ଓ ହାଡ଼ ଜବତ କରି ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଗତ ଦୁଇ ବର୍ଷ ତଳେ ପାଣିସୁଳିଆ ଗାଁର ଏକ ନାବାଳିକା ନିଖୋଜ ହୋଇଯାଇ ଥିଲା। ଏହି ନର କଙ୍କାଳ ସେହି ନାବାଳିକାର ବୋଲି ଗ୍ରାମବାସୀ ସନ୍ଦେହ କରୁଛନ୍ତି।

Advertisment
Balasore Human Skeleton