/odisha-reporter/media/post_attachments/uploads/2021/07/7gh.jpg)
7gh
ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଆଗରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ । ଯାହାଙ୍କୁ ପ୍ରେମ କରି ବିବାହ କରିଥିଲେ ସେହି ଯୁବକ ଜଣକ ଧୋକ୍କା ଦେବା ପରେ ଏବଂ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ପରେ ବି ତାଙ୍କୁ ନିରାଶ ହେବାରୁ ସେ ସିମୁଳିଆଥାନା ଆଗରେ କିରୋସିନୀ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆଗରପଡା ଅଞ୍ଚଳର ଏହି ମହିଳା ଜଣକ ସିମୁଳିଆ ଥାନା କୁପୁରା ଗାଁର ଜସିମ୍ ସାହଜିଙ୍କୁ ବିବାହ କରିଥିଲେ l
Advertisment
ପ୍ରଥମେ ଉଭୟଙ୍କ ମଧ୍ୟରେ ଫେସବୁକରୁ ଚିହ୍ନା ପରିଚୟ ଏବଂ ପରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ତେବେ ଚେନ୍ନାଇରେ ମାସେ ରହିବା ପରେ ପୁଣି ଉଭୟ ଫେରିଆସିଥିଲେ ଘରକୁ । କିନ୍ତୁ ଯୁବକ ଜଣକ ଭୁବନେଶ୍ୱରରୁ ଯୁବତୀଙ୍କୁ ଛାଡି ଫେରାର ହୋଇଯାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ସିମୁଳିଆ ଥାନାରେ ପୀଡ଼ିତା ଜଣକ ଏତଲା ଦେଇଥିଲେ ବି ତାଙ୍କୁ ନ୍ୟାୟ ଦିଆଯାଉନଥିବାରୁ ଥାନା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
