Advertisment

ସ୍ତ୍ରୀକୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ପିଟିବା ପରେ ବାବୁ ବିଷ ପିଇ ଦେଇଥିଲେ। ତାଙ୍କୁ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଇରା ମେଡିକାଲରେ ଭର୍ତ୍ତି କରିଥିଲେ।

ଅଦ୍ୟତନ ହୋଇଛି
Murder

Murder

Advertisment

ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ ପିଟି ହତ୍ୟା କରିବା ପରେ ବିଷ ପିଇ ଆତ୍ମହତ୍ୟା କରିଛି ସ୍ୱାମୀ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତିଳଦା ଗାଁରେ। ମୃତ ଦମ୍ପତି ହେଲେ ମିନା ଦାସ ତାଙ୍କ ସ୍ୱାମୀ ବାବୁ ଦାସ।

Advertisment

ଗତକାଲି ମିନା ଓ ବାବୁଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏହି ଝଗଡ଼ା ଉଗ୍ର ରୂପ ନେଇଥିଲା। ବାବୁ ରାଗି ଯାଇ ଏକ କାଠ ଫାଳିଆ ଆଣି ମିନାଙ୍କୁ ନିର୍ଧୂମ ପିଟିଥିଲେ। ଗ୍ରାମବାସୀ ମିନାଙ୍କ ଚିତ୍କାର ଶୁଣି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଇରା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମିନାଙ୍କୁ ମୃତ ଘୋଷଣା କରିଥିଲା।

ସ୍ତ୍ରୀକୁ  ପିଟିବା ପରେ ବାବୁ ବିଷ ପିଇ ଦେଇଥିଲେ। ତାଙ୍କୁ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଇରା ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ବାବୁଙ୍କ ଅବସ୍ଥା ଗୁରୁତର ହେବାରୁ ଗତକାଲି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାବୁଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଉଭୟଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment

ବାବୁ ଓ ମିନାଙ୍କ ଦୁଇଟି ସନ୍ତାନ ଅଛନ୍ତି। ବାପାମା’ଙ୍କ ମୃତ୍ୟୁ ପରେ ଉଭୟେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Murder Balasore Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe