Advertisment

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ଆଜି ସକାଳେ କୁନିଙ୍କ ମୃତଦେହ ବିଲରୁ ଉଦ୍ଧାର କରାଯାଇଥିଲା। ବୀର ନିଜ ସ୍ତ୍ରୀକୁ ହତ୍ୟା କରି ବିଲରେ ପକାଇଦେଇଥିବା ଜଣାପଡ଼ିଥିଲା।

author-image
Tapaswini Nayak
Murder

Murder

ସାତ ଜନମ ସାଥୀ ହୋଇ ରହିବାକୁ କଥା ଦେଇଥିଲେ। ହେଲେ ପାରିବାରିକ କଳହ ଯୋଗୁ  ଗୋଟିଏ ଜନମରେ ସବୁ ସମ୍ପର୍କ ତୁଟିଗଲା। କୌଣସି କାରଣ ପାଇଁ ସ୍ୱାମୀ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଛତ୍ରପୁର ଗାଁରେ। ମୃତ ମହିଳା ଜଣଙ୍କ ହେଲେ କୁନି ସିଂହ। ଅଭିଯୁକ୍ତ ବୀର ସିଂହଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

Advertisment

ଗତକାଲି ବୀର ଓ କୁନି କୌଣସି କାମ ପାଇଁ ବଜାରକୁ ଯାଇଥିଲେ। ରାତିରେ ବୀର ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ହେଲେ କୁନି ଘରକୁ ଫେରି ନଥିଲେ। ଏନେଇ କୁନିଙ୍କୁ ତାଙ୍କ ପୁଅ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ।

ଆଜି ସକାଳେ କୁନିଙ୍କ ମୃତଦେହ ବିଲରୁ ଉଦ୍ଧାର କରାଯାଇଥିଲା। ବୀର ନିଜ ସ୍ତ୍ରୀକୁ ହତ୍ୟା କରି ବିଲରେ ପକାଇଦେଇଥିବା ଜଣାପଡ଼ିଥିଲା। ଖବର ପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Murder Balasore