Advertisment

ସ୍ୱାମୀ ହାବୁଡ଼ରେ ପଡ଼ିଗଲା ପତ୍ନୀର ପରକିୟା ପ୍ରୀତି, ତା’ ପରେ...

ନୀଳଗିରି(ବିଶ୍ୱମ୍ବର ଦାସ): ବିଶ୍ୱାସରେ ବିଷ ଦେଲେ ପତ୍ନୀ। ପରକିୟା ପ୍ରୀତିରେ ପତ୍ନୀ ମସଗୁଲ ଥିବା ଜାଣିପାରି ପରିବାର ଲୋକଙ୍କୁ ଜଣାଇଲେ ସ୍ୱାମୀ। ଏପରିକି ନିଜ ଜୀବନ ପ୍ରତି ବିପଦ ଥିବା ସହ କିଛି ବି ଘଟିପାରେ ବୋଲି ବି କହିଥିଲେ। ଏହାର  କିଛି ଦିନ ପରେ ପୁଅର ସନ୍ଦେହଜନକ ମୃତ୍ୟୁ ଖବର ପାଇଲେ ପରିବାର ଲୋକ । ଏପରିକି ପୁଅର ମୃତଦେହ ନେଇ ଆସିଥିବା ଆମ୍ବୁଲାନ୍ସକୁ ଅଟକାଇ ବୋହୂର ଗିରଫଦାରୀ ଦାବି କରି ଦୀର୍ଘ ୮ ଘଣ୍ଟା […]

ସ୍ୱାମୀ ହାବୁଡ଼ରେ ପଡ଼ିଗଲା ପତ୍ନୀର ପରକିୟା ପ୍ରୀତି, ତା’ ପରେ...

nilagiri

Advertisment

ନୀଳଗିରି(ବିଶ୍ୱମ୍ବର ଦାସ): ବିଶ୍ୱାସରେ ବିଷ ଦେଲେ ପତ୍ନୀ। ପରକିୟା ପ୍ରୀତିରେ ପତ୍ନୀ ମସଗୁଲ ଥିବା ଜାଣିପାରି ପରିବାର ଲୋକଙ୍କୁ ଜଣାଇଲେ ସ୍ୱାମୀ। ଏପରିକି ନିଜ ଜୀବନ ପ୍ରତି ବିପଦ ଥିବା ସହ କିଛି ବି ଘଟିପାରେ ବୋଲି ବି କହିଥିଲେ। ଏହାର  କିଛି ଦିନ ପରେ ପୁଅର ସନ୍ଦେହଜନକ ମୃତ୍ୟୁ ଖବର ପାଇଲେ ପରିବାର ଲୋକ । ଏପରିକି ପୁଅର ମୃତଦେହ ନେଇ ଆସିଥିବା ଆମ୍ବୁଲାନ୍ସକୁ ଅଟକାଇ ବୋହୂର ଗିରଫଦାରୀ ଦାବି କରି ଦୀର୍ଘ ୮ ଘଣ୍ଟା ରାସ୍ତାରୋକ କଲେ।  ଶେଷରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ, ନୀଳଗିରି ଉପଜିଲାପାଳ ଓ ଏସ୍‌ଡିପିଓ ପହଞ୍ଚି ଉପଯୁକ୍ତ ତଦନ୍ତର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବରହମପୁର ଥାନା କଳାକାଦ ଗ୍ରାମରେ ଘଟିଛି।

Advertisment

ସୂଚନାଯୋଗ୍ୟ,  କଳାକାଦ ଗ୍ରାମର ଶିଶିର  ଓ ତାଙ୍କ ପତ୍ନୀ ତେଲେଙ୍ଗାନାର ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। କିଛି ଦିନ ପୂର୍ବେ ଶିଶିର ନିଜ ପତ୍ନୀଙ୍କୁ ଅସଂଯତ ଅବସ୍ଥାରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଦେଖିଥିଲେ। ଏହାପରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ସର୍ମ୍ପରେ ଫାଟ ଆସିଥିବା ବେଳେ ଏନେଇ ଶିଶିର ନିଜ ପରିବାର ସଦସ୍ୟଙ୍କୁ  ଭଏସ ମେସେଜ ଜରିଆରେ ଜଣାଇଥିଲେ। ଏପରିକି ନିଜ ଜୀବନ ପ୍ରତି ବିପଦ ଥିବା କହିଥିଲେ।

ଏହାର କିଛି ଦିନ ପରେ ଅର୍ଥାତ ଗତ ୨୪ ତାରିଖରେ ଶିଶିରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଗାଁକୁ ଅଣାଯାଇଥିବା ବେଳେ ଘଟଣାର ଉପଯୁକ୍ତ ତଦନ୍ତ ତଥା ଅଭିଯୁକ୍ତକୁ କଡ଼ା ଶଶସ୍ତି ଦାବିରେ ଗାଁ ଲୋକେ  ନୀଳଗିରି- ଉଦଳା  ମୁଖ୍ୟରାସ୍ତା କଳାକାଦଠାରେ ସନ୍ଧ୍ୟା ୫ ଟାରୁ ରାସ୍ତାରୋକ କରିଥିଲେ।

Advertisment

ଘଟଣା ପାଇ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ, ନୀଳଗିରି ଉପଜିଲାପାଳ ଓ ଏସ୍‌ଡିପିଓ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଏହାପରେ ଘଟଣାର  ତଦନ୍ତ ସଠିକ ଭାବେ କରାଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ ।   ପ୍ରାୟ ୮ ଘଣ୍ଟା ପରେ ରାତି ୧ଟା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe