Advertisment

ସ୍ତ୍ରୀ ମୃତଦେହକୁ ପୋଡ଼ି ସ୍ଵାମୀ ଫେରାର, ୩ ଗିରଫ

ଜଳେଶ୍ୱର (ଅଜିତ୍ ଦାସ): ମମିତା ମେହେର ହତ୍ୟା ଘଟଣା ନ ଲିଭୁଣୁ, ଏବେ ଆଉ ଜଣେ ମହିଳାଙ୍କ ସନ୍ଦେହଜଣକ ମୃତ୍ୟୁକୁ ନେଇ ଚର୍ଚ୍ଚା। ସ୍ତ୍ରୀର ମୃତଦେହକୁ ବେଳାଭୂମିରେ ପୋଡ଼ି ସ୍ଵାମୀ ଫେରାର ହୋଇଯାଇଛି। ଆଉ ଯୋଜନାବଦ୍ଧ ହତ୍ୟା ସନ୍ଦେହରେ ତିନି ଜଣଙ୍କୁ ଉଠାଇ ନେଇଛି ପୁଲିସ। ସାଇଣ୍ଟିଫିକ ଟିମ ପହଞ୍ଚି ପୋଡ଼ା ଯାଇଥିବା ସ୍ଥଳରୁ ତଦନ୍ତ ଆରମ୍ଭ କରିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଏହା  ହତ୍ୟା ନା ଆତ୍ମହତ୍ୟା। ଆଉ ଏଭଳି ଏକ ଅମାନବୀୟ […]

ସ୍ତ୍ରୀ ମୃତଦେହକୁ ପୋଡ଼ି ସ୍ଵାମୀ ଫେରାର, ୩ ଗିରଫ

jaleswar

Advertisment

ଜଳେଶ୍ୱର (ଅଜିତ୍ ଦାସ): ମମିତା ମେହେର ହତ୍ୟା ଘଟଣା ନ ଲିଭୁଣୁ, ଏବେ ଆଉ ଜଣେ ମହିଳାଙ୍କ ସନ୍ଦେହଜଣକ ମୃତ୍ୟୁକୁ ନେଇ ଚର୍ଚ୍ଚା। ସ୍ତ୍ରୀର ମୃତଦେହକୁ ବେଳାଭୂମିରେ ପୋଡ଼ି ସ୍ଵାମୀ ଫେରାର ହୋଇଯାଇଛି। ଆଉ ଯୋଜନାବଦ୍ଧ ହତ୍ୟା ସନ୍ଦେହରେ ତିନି ଜଣଙ୍କୁ ଉଠାଇ ନେଇଛି ପୁଲିସ। ସାଇଣ୍ଟିଫିକ ଟିମ ପହଞ୍ଚି ପୋଡ଼ା ଯାଇଥିବା ସ୍ଥଳରୁ ତଦନ୍ତ ଆରମ୍ଭ କରିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଏହା  ହତ୍ୟା ନା ଆତ୍ମହତ୍ୟା। ଆଉ ଏଭଳି ଏକ ଅମାନବୀୟ ଘଟଣା ଘଟିଛି ଭୋଗରାଇର ବାଜିତପୁର ପଞ୍ଚାୟତ ଅଧୀନ ସାନଚରା ଗାଁରେ।

Advertisment

୬ ବର୍ଷ ତଳେ ପଶ୍ଚିମବଙ୍ଗ ଅଞ୍ଚଳର ଶିବାଜୀ ନାୟକ ନାମକ ଜଣେ ଯୁବକ ଯାଜପୁର ଅଞ୍ଚଳରେ ପଢ଼ା କାମ କରୁଥିଲେ। ଏହି ସମୟରେ ସେ ଯାଜପୁର ଟାଉନ୍ ଥାନା ଅଧୀନସ୍ଥ ବଜେଶ୍ଵର ଗାଁର ସୁରେନ୍ଦ୍ର ପରିଡାଙ୍କ ଝିଅ ରାନୁଲତା (୨୩)ଙ୍କୁ ପ୍ରେମ କରି ବସିଥିଲେ। ଯାହା ପରେ ସେ ରାନୁଲତାକୁ ନେଇ ଭୋଗରାଇକୁ ନେଇ ପଳାଇ ଆସିଥିଲେ। ଯେଉଁଠାରେ ଦୁହେଁ ଏକ ସ୍ଥାୟୀ ଘର କରି ରହୁଥିଲେ। ଦୁହିଁଙ୍କର ଏକ ୫ବର୍ଷର ଝିଅ ମଧ୍ୟ ରହିଛି।

ମାତ୍ର ଗତ ଶୁକ୍ରବାର ରାତିରେ ରାନୁଲତା ଆତ୍ମହତ୍ୟା କରିଥିବା ନେଇ ଶିବାଜୀ ଗାଁର କିଛି ଲୋକଙ୍କୁ ଜଣାଇଥିଲେ। ଯାହା ପରେ କେତେକଙ୍କ ସହାୟତାରେ ସେ ରାତାରାତି ତାଳସାରି ବେଳାଭୂମିକୁ ନେଇ ରାନୁଲତାର ମୃତଦେହର ସତ୍କାର କରିଥିଲେ। ଆଉ ଏହା ପରେ ସେ ଫେରାର୍ ହୋଇଯାଇଛି। ଘଟଣାର ସୁରାକ ପାଇ ପୁଲିସ ଶବ ସତ୍କାରରେ ସାମିଲ ଥିବା ୩ଜଣଙ୍କୁ ଅଟକ ରଖିଛି। ପୁଲିସ୍ ଶିବାଜୀକୁ ଧରିବା ପାଇଁ ଉଦ୍ୟମ ଚଳାଇଛି। ଅନ୍ୟପକ୍ଷରେ ରବିବାର ସନ୍ଧ୍ୟାରେ ଯାଜପୁରରୁ ରାନୁଲତାଙ୍କ ଭଉଣୀ ଦିପାଳିନୀ ଥାନାରେ ପହଞ୍ଚି ଶିବାଜୀ ବିରୋଧରେ ଅଭିଯୋଗ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe