Advertisment

‘ନ୍ୟାୟ ପାଇଁ ଆସିଥିଲି, ମୋ ଭାଇକୁ ପୁଲିସ ପିଟିଲା’

ସୋର(ଓଡ଼ିଶା ରିପୋର୍ଟର) ନ୍ୟାୟ ପାଇଁ ଆସି ପୁଲିସର ଆକ୍ରମଣ ଅଭିଯୋଗ ହୋଇଛି।  ବାଲେଶ୍ୱର ସିମୁଳିଆ ଥାନା ପୁଲିସ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଥାନାରେ ଏତଲା ଦେବା ପରେ ପୁଲିସ ପଦକ୍ଷେପ ନ ନେବାରୁ ସେ ନ୍ୟାୟ ପାଇଁ ଥାନାକୁ ଆସିଥିଲେ।  ମାତ୍ର ଏହି ସମୟରେ ପୁଲିସ  ତାଙ୍କ ଭାଇକୁ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି।  ତୁରନ୍ତ ନ୍ୟାୟ ପାଇଁ ସେ ଦାବି କରିଛନ୍ତି।  ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିମୁଳିଆ […]

‘ନ୍ୟାୟ ପାଇଁ ଆସିଥିଲି, ମୋ ଭାଇକୁ ପୁଲିସ ପିଟିଲା’  

5b

Advertisment

ସୋର(ଓଡ଼ିଶା ରିପୋର୍ଟର) ନ୍ୟାୟ ପାଇଁ ଆସି ପୁଲିସର ଆକ୍ରମଣ ଅଭିଯୋଗ ହୋଇଛି।  ବାଲେଶ୍ୱର ସିମୁଳିଆ ଥାନା ପୁଲିସ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଥାନାରେ ଏତଲା ଦେବା ପରେ ପୁଲିସ ପଦକ୍ଷେପ ନ ନେବାରୁ ସେ ନ୍ୟାୟ ପାଇଁ ଥାନାକୁ ଆସିଥିଲେ।  ମାତ୍ର ଏହି ସମୟରେ ପୁଲିସ  ତାଙ୍କ ଭାଇକୁ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି।  ତୁରନ୍ତ ନ୍ୟାୟ ପାଇଁ ସେ ଦାବି କରିଛନ୍ତି।  ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିମୁଳିଆ ଥାନା ଅଧିକାରୀ। ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

Advertisment

ମହିଳା ଜଣକ ପ୍ରେମ ବିବାହ କରି ଧୋକା ଖାଇବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ନ୍ୟାୟ ନ ମିଳିବାରୁ ସେ ବାଧ୍ୟ ହୋଇ ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ।  ଏହି ସମୟରେ ପୁଲିସ ତାଙ୍କ ଭାଇକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଆଗରପଡା ଅଞ୍ଚଳର ଏହି ମହିଳା ଜଣକ ସିମୁଳିଆ ଥାନା କୁପୁରା ଗାଁର ଜସିମ୍ ସାହଜିଙ୍କୁ ବିବାହ କରିଥିଲେ  l

Advertisment

ପ୍ରଥମେ ଉଭୟଙ୍କ ମଧ୍ୟରେ ଫେସବୁକରୁ ଚିହ୍ନା ପରିଚୟ ଏବଂ ପରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ତେବେ ଚେନ୍ନାଇରେ ମାସେ ରହିବା ପରେ ପୁଣି ଉଭୟ ଫେରିଆସିଥିଲେ ଘରକୁ । କିନ୍ତୁ ଯୁବକ ଜଣକ ଭୁବନେଶ୍ୱରରୁ ଯୁବତୀଙ୍କୁ ଛାଡି ଫେରାର ହୋଇଯାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ସିମୁଳିଆ ଥାନାରେ ପୀଡ଼ିତା ଜଣକ ଏତଲା ଦେଇଥିଲେ ବି ତାଙ୍କୁ ନ୍ୟାୟ ଦିଆଯାଉନଥିବାରୁ ଥାନା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe