ସେ କେବଳ ସାବାଡ଼ କରନ୍ତିନି, ଭୋକିଲାଙ୍କ ପେଟ କଥା ବି ବୁଝନ୍ତି

ଜଳେଶ୍ୱର(ଅଜିତ୍ ଦାସ): କେତେବେଳେ ବସ୍ତ୍ରହୀନଙ୍କୁ ବସ୍ତ୍ରଦାନ କରି ତ ପୁଣି ସମ୍ପର୍କୀୟ ନଥିବା ବୃଦ୍ଧଙ୍କ ଶବ ଶତ୍କାର କରି ମାନବିକତା ପରିଚୟ ଦେଇ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଶଂସା ସାଉଁଟିଛନ୍ତି ସେ । ତେବେ ସବୁବେଳେ ଭଲକାମ କରି ଚର୍ଚ୍ଚା ରେ ରହି ଆସିଛନ୍ତି ସେ ।  ପେସା ତାଙ୍କର ପୁଲିସ ଚାକିରି । ମାତ୍ର ନିଶା ତାଙ୍କର ସମାଜସେବା । ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନାଧିକାରୀ ମାନସ ଦେଓଙ୍କ କଥା । ଆଜି ପୁଣିଥରେ […]

790

Tapas Behera
  • Published: Friday, 05 March 2021
  • , Updated: 05 March 2021, 06:00 PM IST

ଜଳେଶ୍ୱର(ଅଜିତ୍ ଦାସ): କେତେବେଳେ ବସ୍ତ୍ରହୀନଙ୍କୁ ବସ୍ତ୍ରଦାନ କରି ତ ପୁଣି ସମ୍ପର୍କୀୟ ନଥିବା ବୃଦ୍ଧଙ୍କ ଶବ ଶତ୍କାର କରି ମାନବିକତା ପରିଚୟ ଦେଇ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଶଂସା ସାଉଁଟିଛନ୍ତି ସେ । ତେବେ ସବୁବେଳେ ଭଲକାମ କରି ଚର୍ଚ୍ଚା ରେ ରହି ଆସିଛନ୍ତି ସେ ।  ପେସା ତାଙ୍କର ପୁଲିସ ଚାକିରି । ମାତ୍ର ନିଶା ତାଙ୍କର ସମାଜସେବା । ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନାଧିକାରୀ ମାନସ ଦେଓଙ୍କ କଥା ।

ଆଜି ପୁଣିଥରେ ଅସହାୟ ଭୋକିଲା ଲୋକଙ୍କୁ ଖାଦ୍ୟବାଣ୍ଟି ସେ ପୁଣି ଥରେ ଚର୍ଚ୍ଚା କୁ ଆସିଛନ୍ତି । ଜଳେଶ୍ୱରର ଅଗ୍ରଣୀ ସଂଗଠନ ହେଲ୍ପ ଫର ୟୁ ସଂଗଠନ ସହ ମିଶି ସେ ଏବେ ଏହି କାର୍ଯ୍ୟକୁ ନେଇଛନ୍ତି । ଜଳେଶ୍ୱର ସହରରେ ଥିବା ହୋଟେଲ କିମ୍ବା ହେଉଥିବା ବିବାହ ,ବ୍ରତଘର ଭଳି ଅନୁଷ୍ଠାନିକ କାର୍ଯ୍ୟକ୍ରମର ବଳକା ଖାଦ୍ୟ କୁ ସଂଗଠନର କର୍ମୀ ମାନେ ସଂଗ୍ରହ କରି ନେଇ ଆସିଥାନ୍ତି । ଜଳେଶ୍ୱର ସହରରେ ଅସହାୟ, ଭୋକିଲା ଲୋକଙ୍କୁ ଆଇଆଇସିଙ୍କ ସହ ମିଶି ଓ ଖାଦ୍ୟ ବାଣ୍ଟିଥାନ୍ତି । ଆଇଆଇସିଙ୍କ ଏଭଳି କାମକୁ ସ୍ଥାନୀୟ ଅଞ୍ଚଳରେ ଲୋକେ ବେଶ ପ୍ରଶଂସା କରିଛନ୍ତି ।

Related story