Advertisment

ଭାପୁର ଓ ସୋର ବ୍ଲକ ଉପାଧ୍ୟକ୍ଷଙ୍କ ଘରେ ଆଇଟି ରେଡ୍‌

ଗୋଟିଏ ଦିନରେ ଦୁଇଟି ଜିଲ୍ଲାରେ ଦୁଇ ଜଣ ପାୱାରଫୁଲ୍‌ ନେତାଙ୍କରେ ଘରେ ଆଇଟି ରେଡ୍‌କୁ ସାଧାରଣ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି।

IT Raid

IT Raid

Advertisment

ଆଜି ଭାପୁର ଓ ସୋର ବ୍ଲକ ଉପାଧ୍ୟକ୍ଷଙ୍କ ଘରେ ଇନ୍‌କମ୍‌ ଟ୍ୟାକ୍ସ(ଆଇଟି) ରେଡ୍‌ ହୋଇଛି। ତେବେ ଏହି ରେଡ୍‌ କ’ଣ ପାଇଁ ହୋଇଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଗୋଟିଏ ଦିନରେ ଦୁଇଟି ଜିଲ୍ଲାରେ ଦୁଇ ଜଣ ପାୱାରଫୁଲ୍‌ ନେତାଙ୍କରେ ଘରେ ଆଇଟି ରେଡ୍‌କୁ ସାଧାରଣ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି।

Advertisment

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ଘରେ ଆଜି ଆୟକର ବିଭାଗ ଚଢ଼ଉ କରିଛି। ଭୁବନେଶ୍ୱର ଆୟକର ବିଭାଗର ଟିମ୍‌ ବେଣୁଙ୍କର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସହ ତାଙ୍କ ଘରେ ଓ କ୍ରସର ଉପରେ ଚଢ଼ଉ କରିଛି। ଚଢ଼ଉ ସମୟରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଇଛି। ଏହି ଚଢ଼ଉ ବେଣୁଧରଙ୍କ ଫତେଗଡ଼ ବାସଭବନ, ନିମାଣିରେ ଥିବା କ୍ରସର ଓ ୩ ଜଣଙ୍କ ମାଲିକାନାରେ ଥିବା ସ୍ୱୟଂ ସଦାଶିବ କନଷ୍ଟ୍ରକସନ ପ୍ରାଇଭେଟ୍‌ ଲିମିଟେଡ୍‌ରରେ ହୋଇଛି।

ଚଢ଼ଉ ନେଇ ସ୍ୱୟଂ ସଦାଶିବ କନଷ୍ଟ୍ରକସନ ପ୍ରାଇଭେଟ୍‌ ଲିମିଟେଡ୍‌ର ଲୋକ ସମ୍ପର୍କ ଅଧିକାରୀ ଭରତ କୁମାର ବେହେରା କହିଛନ୍ତି, ଓଡ଼ିଶାର ୫ଟି ଜାଗା ସମେତ ସ୍ୱୟଂ ସଦାଶିବ କନଷ୍ଟ୍ରକସନ ପ୍ରାଇଭେଟ୍‌ ଲିମିଟେଡ୍‌ ଉପରେ ଚଢ଼ଉ ହୋଇଛି। ସେମାନେ କାଗଜପତ୍ର ଯାଞ୍ଚ କରୁଛନ୍ତି। କିଛି ସମସ୍ୟା ନାହିଁ। ଆମେ ସମ୍ପୂର୍ଣ୍ଣ ସହଯୋଗ କରୁଛୁ ବୋଲି ଭରତ କୁମାର ବେହେରା କହିଛନ୍ତି।

Advertisment

ସେପଟେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ନାୟକଙ୍କ ଘରେ ଆଇଟି ରେଡ୍‌ ହୋଇଛି। ଆଇଟି ବିଭାଗର ଦୁଇଟି ଟିମ୍‌ ବାଗୁଡ଼ି ସ୍ଥିତ ତାଙ୍କ ଘର ସମେତ ଖାଦାନ, କଲ୍ୟାଣମଣ୍ଡପ ଓ ପେଟ୍ରୋଲ୍‌ ପମ୍ପରେ ଚଢ଼ଉ କରି କାଗଜପତ୍ର ଯାଞ୍ଚ କରୁଛନ୍ତି। ଏଥିରେ ୨୦ରୁ ଅଧିକ ଅଧିକାରୀ ସାମିଲ୍‌ ଅଛନ୍ତି। ଭ୍ରମରବର ନାୟକ ସୋର ବ୍ଲକ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବେଳେ ଖାଦାନରେ ପଥର ବ୍ୟବସାୟ ଲିପ୍ତ ଅଛନ୍ତି। ତାଙ୍କ ପତ୍ନୀ ଜିଲ୍ଲାପରିଷଦ ସଭ୍ୟା ଅଛନ୍ତି।

Balasore Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe