Advertisment

ପାକିସ୍ତାନୀ ସୁନ୍ଦରୀଙ୍କ ମାୟା ଜାଲରେ ପଡ଼ି ଗୁପ୍ତ ତଥ୍ୟ ଦେଲେ ITRର ବରିଷ୍ଠ ଟେକ୍ନିକାଲ୍‌ ଅଧିକାରୀ!

ରାୱଲପିଣ୍ଡିର ଯୁବତୀଙ୍କ ମାୟାଜାଲରେ ପଡି ଡିଆରଡିଓରୁ ତଥ୍ୟ ଲିକ୍ କରିଥିବା ଆଶଙ୍କା କରାଯାଉଛି। ପୁଲିସର କହିବା କଥା, ଦୀର୍ଘ ବର୍ଷେ ଧରି ପୁଲିସ ସର୍ଭେଲାନ୍ସରେ ରହିଥିଲେ ସଂପୃକ୍ତ ଅଧିକାରୀ ଜଣକ।

author-image
Manoranjan Sial
ଅଦ୍ୟତନ ହୋଇଛି
ITR

ITR

ପୁଣି ହନିଟ୍ରାପ, ପୁଣି ମନିଟ୍ରାପ୍‌। ମହଙ୍ଗା ପଡ଼ିଲା ପାକିସ୍ତାନୀ ଯୁବତୀଙ୍କ ମାୟାଜାଲ। ଚିନ୍ତା ବଢ଼ାଇଥିଲା ଡିଆରଡିଓ ଭଳି ପ୍ରତିରକ୍ଷା ଗବେଷଣା କେନ୍ଦ୍ରର ତଥ୍ୟ ଲିକ୍ ଆଶଙ୍କା। ଦୀର୍ଘ ଦିନର ନୀରବତା ପରେ ସାମ୍ନାକୁ ଆସିଛନ୍ତି ବାଲେଶ୍ୱର କ୍ଷେପଣାସ୍ତ୍ର ଘାଟିର ଆଉ ଜଣେ କର୍ମଚାରୀ। ଯାହାଙ୍କ ନାଁ ବାବୁରାମ ଦେ’। ଯିଏ ITRର ତଥା କ୍ଷେପଣାସ୍ତ୍ର ଘାଟିର ଜଣେ ବରିଷ୍ଠ ଟେକ୍ନିକାଲ୍‌ ଅଧିକାରୀ।

Advertisment

ରାୱଲପିଣ୍ଡିର ଯୁବତୀଙ୍କ ମାୟାଜାଲରେ ପଡି ଡିଆରଡିଓରୁ ତଥ୍ୟ ଲିକ୍ କରିଥିବା ଆଶଙ୍କା କରାଯାଉଛି। ପୁଲିସର କହିବା କଥା, ଦୀର୍ଘ ବର୍ଷେ ଧରି ପୁଲିସ ସର୍ଭେଲାନ୍ସରେ ରହିଥିଲେ ସଂପୃକ୍ତ ଅଧିକାରୀ ଜଣକ। ତଦନ୍ତରୁ ଜଣାପଡିଛି, ସୋଶାଲ୍‌ ମିଡ଼ିଆରୁ ପରିଚୟ ପରେ ଅଶ୍ଲୀଳ ଭିଡିଓ ସବୁ ଦେଖାଉଥିଲେ ପାକିସ୍ତାନୀ ଯୁବତୀ। ସେହି ମାୟାରେ ବାୟା ହୋଇ ITRର କିଛି ଗୋପନୀୟ ତଥ୍ୟ ଲିକ କରିଥିବା ଆଶଙ୍କା କରାଯାଉଛି। ଏହାପରେ କେନ୍ଦ୍ରୀୟ ଗୁଇନ୍ଦା ନିକଟରୁ ଖବର ପାଇବା ପରେ ଓଡ଼ିଶା ପୁଲିସ ସଂପୃକ୍ତ ଟେକ୍ନିକାଲ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ଆଉ କାହାର ଲିଙ୍କ ରହିଛି? ସେଦିଗକୁ ମଧ୍ୟ ତଦନ୍ତ କରାଯାଉଛି ବୋଲି ପୂର୍ବାଞ୍ଚଳ ଆଇଜି ହିଂମାଶୁ ଲାଲ ଓ ବାଲେଶ୍ୱର ଏସ୍‌ପି ସାଗରିକା ନାଥ କହିଛନ୍ତି।

ଚାନ୍ଦିପୁର ଘାଟିର କର୍ମଚାରୀଙ୍କୁ ଯୁବତୀଙ୍କ ଏଭଳି ମୋହରା ନୂଆ ନୁହେଁ। ୨୦୧୪ ମସିହାରେ କ୍ଷେପଣାସ୍ତ୍ର ଘାଟିର ତଥ୍ୟ ଲିକ ଅଭିଯୋଗରେ ଆଜୀବନ ସଜ୍ଜା କାଟୁଛନ୍ତି ଠିକା ଫଟୋଗ୍ରାଫର ଈଶ୍ୱର ବେହେରା। ୨୦୨୧ ମସିହା ସେପ୍ଟେମ୍ୱର ୧୪ ତାରିଖରେ ଆଉ ଜଣେ ପାକିସ୍ତାନୀ ଯୁବତୀଙ୍କ ହନିଟ୍ରାପ୍‌ ମାୟାରେ ପଡ଼ି ଡିଆରଡିଓ ତଥ୍ୟ ଲିକ କରିଥିଲେ ୫ କର୍ମଚାରୀ। ତେବେ ଏହି ଅଭିଯୁକ୍ତଙ୍କ ବିରୋଧରେ ଅଫିସିଆଲ ସିକ୍ରେଟ ଆକ୍ଟ ୩, ୪, ୫ ଅନୁଯାୟୀ ତଥ୍ୟ ପ୍ରମାଣ ଦାଖଲ କରିନପାରିବାରୁ ଏହି ଦଫାରୁ ଅଭିଯୁକ୍ତଙ୍କୁ ଛାଡ଼ ମିଳିଛି। କିନ୍ତୁ ଦେଶଦ୍ରୋହ ମାମଲାରେ ଏବେବି ୫ ଜଣ ଜେଲରେ ଅଛନ୍ତି।

Advertisment

ତେବେ କାହିଁକି ବାରମ୍ବାର ହନିଟ୍ରାପ୍ ଶିକାର ହେଉଛନ୍ତି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର କର୍ମଚାରୀ? କର୍ମଚାରୀଙ୍କ ଗତିବିଧି ଉପରେ କାହିଁକି ନଜର ରଖୁନାହାଁନ୍ତି ଡିଆରଡିଓ କର୍ତ୍ତୃପକ୍ଷ? ସେନେଇ ଚିନ୍ତା ବଢିଥିବା ବେଳେ ଡିଆରଡିଓ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Odisha Police Balasore NIA Investigation DRDO