Advertisment

ସାମ୍ବାଦିକଙ୍କୁ ଖଣି ମାଫିଆଙ୍କ ମରଣାନ୍ତକ ଆକ୍ରମଣ

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରେ  ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଖଣି ମାଫିଆ ମରଣାନ୍ତକ ଆକ୍ରମଣ କରିଛନ୍ତି l ଏନେଇ ଖଇରା ଥାନାରେ ଏକ ଲିଖିତ  ଅଭିଯୋଗ କରିଛନ୍ତି ସାମ୍ବାଦିକ l ଅଭିଯୋଗ ପାଇବା ପରେ ଖଇରା ପୁଲିସ ଦୁଇଜଣଙ୍କୁ ଆକ୍ରମଣକାରୀଙ୍କୁ ଗିରଫ କରିଛି l ଗତକାଲି ଖଇରା ତହସିଲ ଗଡ଼ପୋଖରୀ ଅଞ୍ଚଳରେ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଥିବା ନେଇ କୁପାରି ଆରଆଇ ଖବରପାଇ ଆରଆଇ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି […]

author-image
Tapas Behera
ସାମ୍ବାଦିକଙ୍କୁ ଖଣି ମାଫିଆଙ୍କ ମରଣାନ୍ତକ ଆକ୍ରମଣ

7690

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରେ  ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଖଣି ମାଫିଆ ମରଣାନ୍ତକ ଆକ୍ରମଣ କରିଛନ୍ତି l ଏନେଇ ଖଇରା ଥାନାରେ ଏକ ଲିଖିତ  ଅଭିଯୋଗ କରିଛନ୍ତି ସାମ୍ବାଦିକ l ଅଭିଯୋଗ ପାଇବା ପରେ ଖଇରା ପୁଲିସ ଦୁଇଜଣଙ୍କୁ ଆକ୍ରମଣକାରୀଙ୍କୁ ଗିରଫ କରିଛି l ଗତକାଲି ଖଇରା ତହସିଲ ଗଡ଼ପୋଖରୀ ଅଞ୍ଚଳରେ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଥିବା ନେଇ କୁପାରି ଆରଆଇ ଖବରପାଇ ଆରଆଇ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରି ତହସିଲକୁ ଆଣୁଥିଲେ l

Advertisment

ଏହି ସମୟରେ ଅର୍ଜୁନପୁର ଛକ ନିକଟରେ ସାମ୍ବାଦିକ କୈଳାସ ଚନ୍ଦ୍ର ଦାସ ଏହାର ଫଟୋ ଉତ୍ତୋଳନ କରୁଥିବା ଦେଖି ବାଇକରେ ଆସୁଥିବା ଦୁଇଜଣ ଖଣିମାଫିଆ ଗଡ଼ପୋଖରୀ ଗାଁର ମୁରଲୀ ଦଳେଇ, ମାଧବ ଦଳେଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଏକ ଲୁହା ବେଲଚା ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ l

ଏହି ଆକ୍ରମଣରେ ସାମ୍ବାଦିକଙ୍କର ପେଟ ଓ ଆଣ୍ଠୁରେ ଗଭୀର ଆଘାତ ହୋଇଥିଲା l ଆକ୍ରମଣ କରି ମାଫିଆମାନେ ସେଠାରୁ ଫେରାର ହୋଇଯାଇଥିଲେ l ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଶ୍ରୀ ଦାସଙ୍କୁ ଖଇରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ l ପରେ ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ନେତୃତ୍ୱରେ ଥାନା କର୍ମଚାରୀମାନେ ଗଡ଼ପୋଖରୀ ଗ୍ରାମକୁ ଯାଇ ଅଭିଯୁକ୍ତ ମାନଙ୍କୁ ଧରି ଥାନାକୁ ଆଣୁଥିବା ବେଳେ ଥାନା କର୍ମଚାରୀ ମାନଙ୍କୁ ଆକ୍ରମଣ କରି ଖସି ପଳାଇଥିଲେ l ପରେ ପୋଲିସ ସମ୍ପୃକ୍ତ ଦୁଇଜଣ ଆକ୍ରମଣ କାରୀଙ୍କୁ ଗିରଫ କରିବା ସହିତ ତଦନ୍ତ ଜାରି ରଖିଛି l

Advertisment