/odisha-reporter/media/post_attachments/uploads/2021/06/hm.jpg)
hm
ଜଳେଶ୍ୱର(ଓଡ଼ିଶା ରିପୋର୍ଟର):ବାଲିଆପାଳରେ ଦେଖିବାକୁ ମିଳିଛି କଙ୍ଗାରୁ କୋର୍ଟ । ଛେଳି ଚରାଇବାକୁ ନେଇ ଦେଖିବାକୁ ମିଳିଛି ଉତ୍ତେଜନା। ଅନ୍ୟ ଜଣକ ବାଡ଼ିରେ ଛେଳି ପଶିବାରୁ ସ୍ୱାମୀ ଓ ସ୍ତ୍ରୀକୁ ଗଛରେ ବାନ୍ଧି ନିର୍ଧୁମ ପିଟିଲେ ଗାଁ ଲୋକେ।
Advertisment
ସୂଚନା ଅନୁସାରେ ବାଲିଆପାଳ ଥାନା ରେମୁ ଗାଁର ଜଣେ ବ୍ୟକ୍ତି ଛେଳି ଚରେଇବା ପାଇଁ ଯାଇଥିଲେ। ଗ୍ରାମର କାର୍ତ୍ତିକ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କ ବାଡ଼ିକୁ ଛେଳିଟି ପଶି ଯାଇଥିଲା । ଯାହାକୁ ନେଇ ବ୍ୟକ୍ତି ଜଣଙ୍କ ରାଗିଯାଇଥିଲେ । ପରେ ଉଭୟଙ୍କ ମଧ୍ୟରେ ଏ ନେଇ ବଚସା ହୋଇଥିଲା। ଫଳରେ ଉତ୍ତ୍ୟକ୍ତ ବ୍ୟକ୍ତି ତାଙ୍କୁ ଅଟକ ରଖି ମାରପିଟ କରିଥିଲେ। ପରେ ତାଙ୍କ ସ୍ତ୍ରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଗଛରେ ବାନ୍ଧି ଲୋକେ ନିସ୍ତୁକ ମାଡ଼ ମାରିଥିଲେ। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏନେଇ ବାଲିଆପାଳ ଥାନାରେ ଏକ ମାମଲା ରୁଜୁ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
