Advertisment

୪ଲକ୍ଷ ପାଇଁ କିଡନାପ୍, ଉଦ୍ଧାର କଲା ପୁଲିସ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଟିମବଙ୍ଗ ଅପହରଣକାରୀଙ୍କ କବଳରୁ ମୁକ୍ତ ହେଲେ ଓଡ଼ିଆ ଯୁବକ ତାପସ ମହାନ୍ତି। କୋଲକାତା ପୁଲିସର ସ୍ୱତନ୍ତ୍ର ଟିମ୍ ସହାୟତାରେ ଆଜି ଅପହୃତ ତାପସଙ୍କୁ ଉଦ୍ଧାର କରାଯାଇଛି। ପଶ୍ଚିମବଙ୍ଗରେ ତାପସଙ୍କୁ ଉଦ୍ଧାର କରିବାକୁ ସୋର ପୁଲିସ ଓ ପଶ୍ଚିମବଙ୍ଗର ଚବିଶ ପ୍ରଗଣା ପୁଲିସ ମିଳିତ ଭାବେ ଚଢାଉ କରିଥିଲେ। ଏହି ସମୟରେ ସେଠାରେ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା। ପରେ ତାପସଙ୍କୁ ଅପହରଣକାରୀଙ୍କ କବଳରୁ ମୁକ୍ତ କରାଯାଇଛି। ବାଲେଶ୍ୱର ଜିଲ୍ଲା ସୋର ଥାନା କେଶପୁର ଗାଁର […]

ଅଦ୍ୟତନ ହୋଇଛି
୪ଲକ୍ଷ ପାଇଁ କିଡନାପ୍, ଉଦ୍ଧାର କଲା ପୁଲିସ୍

tapas-mohanty

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଟିମବଙ୍ଗ ଅପହରଣକାରୀଙ୍କ କବଳରୁ ମୁକ୍ତ ହେଲେ ଓଡ଼ିଆ ଯୁବକ ତାପସ ମହାନ୍ତି। କୋଲକାତା ପୁଲିସର ସ୍ୱତନ୍ତ୍ର ଟିମ୍ ସହାୟତାରେ ଆଜି ଅପହୃତ ତାପସଙ୍କୁ ଉଦ୍ଧାର କରାଯାଇଛି। ପଶ୍ଚିମବଙ୍ଗରେ ତାପସଙ୍କୁ ଉଦ୍ଧାର କରିବାକୁ ସୋର ପୁଲିସ ଓ ପଶ୍ଚିମବଙ୍ଗର ଚବିଶ ପ୍ରଗଣା ପୁଲିସ ମିଳିତ ଭାବେ ଚଢାଉ କରିଥିଲେ। ଏହି ସମୟରେ ସେଠାରେ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା। ପରେ ତାପସଙ୍କୁ ଅପହରଣକାରୀଙ୍କ କବଳରୁ ମୁକ୍ତ କରାଯାଇଛି।

Advertisment

ବାଲେଶ୍ୱର ଜିଲ୍ଲା ସୋର ଥାନା କେଶପୁର ଗାଁର ତାପସ ମହାନ୍ତିଙ୍କୁ କିଛି ଦୁର୍ବୃତ୍ତ ପଣବନ୍ଦୀ କରି ୪ ଲକ୍ଷ ଟଙ୍କା ଦାବି କରିଥିଲେ। ତାପସଙ୍କ ହାତଗୋଡ ବାନ୍ଧି, ବନ୍ଧୁକ ଦେଖାଇ ଏକ ଭିଡିଓ କରିଥିଲେ ଦୁର୍ବୃତ୍ତ ଏବଂ ସେହି ଭିଡିଓକୁ ତାଙ୍କ ପତ୍ନୀଙ୍କ ମୋବାଇଲକୁ ପଠାଇଥିଲେ। ଘରେ ଥିବା ବେଳେ ଗତ ୨୮ ତାରିଖ ଦିନ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା ଯେ ଭଲ କାମ ଅଛି କଲିକତା ଆସ। ଯାହା ପରେ ସେହିଦିନ ତାପସ ତୁରନ୍ତ କଲିକତା ଚାଲିଯାଇଥିଲେ।

ପରେ ସନ୍ଧ୍ୟାରେ ତାପସର ସ୍ତ୍ରୀ ସୁକାନ୍ତିଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା ଯେ ତମ ସ୍ୱାମୀକୁ ଅପହରଣ କରିଛୁ। ୪ ଲକ୍ଷ ଟଙ୍କା ଦେଲେ ତମ ସ୍ୱାମୀଙ୍କୁ ଛଡ଼ାଯିବ, ନଚେତ୍ ତମ ସ୍ୱାମୀଙ୍କୁ ହତ୍ୟା କରିବୁ ବୋଲି ଖୋଲା ଖୋଲି ଧମକ ଦେଇଥିଲେ। ମାର୍ଚ୍ଚ ୨ ତାରିଖରେ ସେହି ନମ୍ବରରୁ ତାପସର ହାତ ଗୋଡ ବନ୍ଧା ଯାଇଥିବା ଏବଂ ବନ୍ଧୁକ ଓ ଟାଙ୍ଗିଆ ରଖି ହତ୍ୟା ଧମକ ଦେଉଥିବାର ଭିଡିଓ ଘର ମୋବାଇଲକୁ ଆସିଥିଲା। ଯାହାର ଭିଡିଓ ଭାଇରାଲ ହୋଇଛି। ତାପସର ସ୍ତ୍ରୀ ସୁକାନ୍ତି ସୋର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ଭୟଭୀତ ହୋଇ ତାପସର ପରିବାର ଅପହରଣକାରୀ ଦେଇଥିବା ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ୫୦ ହଜାର ଟଙ୍କା ଜମାକରିଥିବା ଜଣାପଡିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe