Jaleswar Bar Association
ଆଜି ଜଳେଶ୍ୱର ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ଆଜି ଆଇନ୍ଜୀବୀଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଛି। ମୋଟ ୧୫ଟି ପଦବୀ ମଧ୍ୟରୁ ସଭାପତି, ସମ୍ପାଦକ ଓ ଟ୍ରେଜର ପଦ ପାଇଁ ନିର୍ବାଚନ ହୋଇଥିଲା। ଉପସଭାପତି ଯୁଗ୍ମ ସମ୍ପାଦକ, ସହ ସମ୍ପାଦକ, ଲାଇବ୍ରେରୀ ସମ୍ପାଦକ, ସହ-ଲାଇବ୍ରେରୀ ସମ୍ପାଦକ ଓ ୭ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।
ଆଜିର ନିର୍ବାଚନରେ ୧୫୪ ଜଣ ଓକିଲଙ୍କ ମଧ୍ୟରୁ ୧୪୮ ଅଂଶଗ୍ରହଣ କରିଥିଲେ। ନିର୍ବାଚନ ପ୍ରକ୍ରିୟା ସକାଳ ୮ଟା ରୁ ଆରମ୍ଭ ହୋଇଥିଲା। ମତଦାନ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା। ଜଳେଶ୍ୱର ଓକିଲ ସଂଘ ନୂତନ ସଭାପତି ଭାବେ କୁଞ୍ଜବିହାରୀ ଦାସ, ସମ୍ପାଦକ ବିଜନ କୁମାର ଦେ’ ଓ ଟ୍ରେଜର ଭାବେ ବିନୋଦ କୁମାର ଗିରି ନିର୍ବାଚିତ ହୋଇଥିଲେ ବୋଲି ନିର୍ବାଚନ ଅଫିସର ଘୋଷଣା କରିଥିଲେ।
ନିର୍ବାଚନରେ ବିଜୟୀ ହେବା ପରେ ନୂଆ ସଭାପତି କୁଞ୍ଜବିହାରୀ ଦାସ ମଧସୂଦନ ଦାସଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିଥିଲେ।
ରିପୋର୍ଟ-ଜଳେଶ୍ୱରରୁ ଅଜିତ ଦାସ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1679758714.jpg)