Advertisment

ରକ୍ତ ଭଣ୍ଡାରରେ ରକ୍ତ ଅଭାବ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତର ଅଭାବ  କିଛି ରାଜନୈତିକ ସଂଗଠନ ଓ ବେସରକାରୀ ସଂସ୍ଥା ପ୍ରତିଦନ ରକ୍ତ ସଂଗ୍ରହ ନାଁରେ ବାହା ବାହା  ମାରୁଥିବା ବେଳେ  ବାସ୍ତବ ଚିତ୍ର କିଛିଟା ଓଲଟା । ପ୍ରତିଦିନ ଶହେ ୟୁନିଟି ରକ୍ତର ଆବଶ୍ୟକତା ଥିବା ବେଳେ କରୋନା ମାହାମାରୀ ସମୟରେ ରକ୍ତ ଅଭାବ ଦେଖାଦେଇଥିବାରୁ ଏହାକୁ ପୂରଣ କରିବାକୁ ଅଣ୍ଟା ଭିଡିଛନ୍ତି କିଛି ବ୍ୟକ୍ତି ବିଶେଷ।  ନିୟମିତ ରକ୍ତ ସଂଗ୍ରହକରି ରୋଗୀଙ୍କ ସେବା କରୁଛନ୍ତି। ଜିଲ୍ଲା […]

ରକ୍ତ ଭଣ୍ଡାରରେ ରକ୍ତ ଅଭାବ

6hm

Advertisment

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତର ଅଭାବ  କିଛି ରାଜନୈତିକ ସଂଗଠନ ଓ ବେସରକାରୀ ସଂସ୍ଥା ପ୍ରତିଦନ ରକ୍ତ ସଂଗ୍ରହ ନାଁରେ ବାହା ବାହା  ମାରୁଥିବା ବେଳେ  ବାସ୍ତବ ଚିତ୍ର କିଛିଟା ଓଲଟା । ପ୍ରତିଦିନ ଶହେ ୟୁନିଟି ରକ୍ତର ଆବଶ୍ୟକତା ଥିବା ବେଳେ କରୋନା ମାହାମାରୀ ସମୟରେ ରକ୍ତ ଅଭାବ ଦେଖାଦେଇଥିବାରୁ ଏହାକୁ ପୂରଣ କରିବାକୁ ଅଣ୍ଟା ଭିଡିଛନ୍ତି କିଛି ବ୍ୟକ୍ତି ବିଶେଷ।  ନିୟମିତ ରକ୍ତ ସଂଗ୍ରହକରି ରୋଗୀଙ୍କ ସେବା କରୁଛନ୍ତି।

Advertisment

ଜିଲ୍ଲା ଓ ଜିଲ୍ଲା ବାହାରୁ ଅନେକ ଥାଲାସେମିଆ ଶିଶୁ ମେଡିକାଲକୁ ଅସିଥିଲେ ବି ରକ୍ତ ପାଇବାରେ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେବେ କରୋନା ପାଇଁ ରକ୍ତ ଭଣ୍ଡାରରେ ଆବଶ୍ୟକତାଠାରୁ କମ୍ ରକ୍ତ ଥିବାରୁ ସମସ୍ୟା ଉପୁଜୁଛି । ସେଥିପାଇଁ କିଛି ଯୁବକ ରୋଗୀଙ୍କ ସହ ସଂପର୍କ ସ୍ଥାପନକରି ରିତିମତ ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କୁ ରକ୍ତ ଯୋଗାଉଛନ୍ତି।

ରକ୍ତ ସଂଗ୍ରହ ନାଁରେ କିଛି ତଥାକଥିତ ରାଜନୈତିକ ଦଳ ଓ ଅଣ ରାଜନୈତିକ ସଂଗଠନ ରକ୍ତ ସଂଗ୍ରହ କରି ରୋଗୀଙ୍କୁ ଜୀବନ ବଞ୍ଚାଉଥିବା ବାହା ବାହା ନେଉଛନ୍ତି । ହେଲେ ଅସଲ ବେଳେ ରୋଗୀଙ୍କୁ  ରକ୍ତ ପାଇଁ ଏଣେ ତେଣେ  ଘୁରିବାକୁ  ପଡୁଛି । ଏପରିସ୍ଥଳେ ଏମିତି କିଛି ଯୁବକ ନିଜ ଇଚ୍ଛାରେ ଅତି ଜରୁରୀଥିବା ରୋଗୀଙ୍କ ପାଇଁ ଦିନେ ଦୁଇଦିନ  ଅନ୍ତରେ ରକ୍ତ ଦାନ କରିବାରେ ଲାଗିପଡିଛନ୍ତି । ରକ୍ତ ସଂଗ୍ରହକରି ବାହା ବାହା  ନୁହଁ ବରଂ ରକ୍ତ ଦେଇ  ଜୀବନ ବଞ୍ଚାଇବାକୁ ଆଗେଇ ଆସିବା ଦରକାର । ସେପଟେ ରକ୍ତ ଭଣ୍ଡାର ଅଧିକାରୀ କହିଛନ୍ତି କିଛିଦିନ ଧରି ଲାଗିରହିଥିଲା ସମସ୍ୟା । ହେଲେ ଦିନେ ଦୁଇଦିନ ହେବ କ୍ୟାମ୍ପ କରାଯାଇ ରକ୍ତ ସଂଗ୍ରହ ଚାଲିଛି।  ଅସୁବିଧା ଦୂର ହୋଇଯିବ।

Advertisment

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଷକୁ ହାରାହାରି ୩୬ ହଜାର ୫ଶହ  ୟୁନିଟ୍ ରକ୍ତର ଆବଶ୍ୟକ ରହିଛି।   ହେଲେ କରୋନା ମହାମାରୀ ପାଇଁ ଏହି ଯେତିକି କ୍ୟାମ୍ପ ହେବା କଥା ତାଠାରୁ ଯଥେଷ୍ଟ କମ୍ କ୍ୟାମ୍ପ ହୋଇଥିବାରୁ ଆବଶ୍ୟକ ରକ୍ତ ସଂଗ୍ରହ ହୋଇପାରିନି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe