6nm1
ସୋର(ଓଡ଼ିଶା ରିପୋର୍ଟର): ସୋର ବ୍ଲକ ମାଣିପୁର ପଞ୍ଚାୟତର ମାଣିପୁର ସ୍କୁଲ ଆଗରେ ଟିକା ପାଇଁ ଲମ୍ବା ଲାଇନ। ଟିକା ପାଇଁ ରାତି ସାରା ଲାଇନ ଦେଇଛନ୍ତି ଲୋକେ। କିଛି ଆଶାୟୀ ଇଟା ରଖି ଲାଇନରେ କରୋନା ଟିକା ନେବାକୁ ଅପେକ୍ଷା କରିଥିଲେ l ୨୦୦ଟିକାକୁ ଶହ ଶହ ଆଶାୟୀ ଲାଇନ ଲଗାଇଥିଲେ । ମାଣିପୁର ମଧୁବନ ଉପେନ୍ଦ୍ର ପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ସକାଳ ୮ଟା ରେ ୪୫ବର୍ଷରୁ ଊର୍ଦ୍ଧ୍ୱ ୨୦୦ଜଣଙ୍କୁ ଟିକାକରଣ କରାଯିବାକୁ ଘୋଷଣା କରାଯାଇଥିଲା। ପରେ ବିଦ୍ୟାଳୟ ଗେଟ ସମ୍ମୁଖରେ ପ୍ରବଳ ଭିଡ଼ ଲାଗି ଥିଲା l ଟିକା ନେବା ପାଇଁ ଲାଇନ୍ରେ ଭୁଲିଗଲେ କୋଭିଡ଼ ନିୟମ । ଲମ୍ବା ଲାଇନରେ ନା ଥିଲା ସାମାଜିକ ଦୂରତା, ନା ମୁହଁରେ ଥିଲା ମାସ୍କ । ଯେତେ ଗହଳି ହେଉ ପଛେ ଲୋକେ କିପରି ଟିକା ଟିଏ ନେଇ ପାରିବେ , ସେନେଇ ସାମାଜିକ ଦୂରତା କୁ ଭୁଲି ବହୁ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ଛିଡା ହୋଇଥିବାର ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରା ଯାଇନଥିବାରୁ ବହୁ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । କିଛି ଦିନ ପୂର୍ବରୁ ସୋର ବାପୁ ନୋଡାଲ ସ୍କୁଲରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/09/6nm1.jpg)