Advertisment

ପାରିବାରିକ କଳହର କରୁଣ ପରିଣତି, ବଡ଼ବାପା ଓ ଭାଇକୁ ହାଣିଦେଲେ ଯୁବକ

ହତ୍ୟାକାଣ୍ଡ ପରେ ପୁତୁରା ପ୍ରଫୁଲ୍ଲ ବିନ୍ଧାଣି ଫେରାର ହୋଇଯାଇଛନ୍ତି।

Murder

Murder

Advertisment

ପାରିବାରିକ କଳହର କରୁଣ ପରିଣତି। ବାପାପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ଯୁବକ। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ କବାଟଘାଟି ଗାଁରେ। ମୃତକ ହେଲେ ବାପା ହାରୁ ବିନ୍ଧାଣି ଓ ପୁଅ କ୍ରିଷ୍ଣା ବିନ୍ଧାଣି। ହତ୍ୟାକାଣ୍ଡ ପରେ ପୁତୁରା ପ୍ରଫୁଲ୍ଲ ବିନ୍ଧାଣି ଫେରାର ହୋଇଯାଇଛନ୍ତି।

Advertisment

ଗତକାଲି ବିଳମ୍ବିତ ରାତିରେ ପ୍ରଫୁଲ୍ଲଙ୍କ ପରିବାର ହାରୁଙ୍କ ପରିବାରଙ୍କ ମଧ୍ୟରେ କୌଣସି କଥାକୁ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ପରେ ପ୍ରଫୁଲ୍ଲ ଏକ ଧାରୁଆ ଅସ୍ତ୍ର ଆଣି ବଡ଼ବାପା ହାରୁ ଓ ତାଙ୍କ ପୁଅକୁ ହାଣି ପକାଇଥିଲା। ହାରୁ ଓ ତାଙ୍କ ପୁଅ ରକ୍ତ ଜୁଡୁଜୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ଲୋକେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥା ବାପାପୁଅଙ୍କର ମୃତ୍ୟୁ ଘଟିଥିଲା।

ଘଟଣାପରେ ଅଭିଯୁକ୍ତ ପ୍ରଫୁଲ୍ଲ ଫେରାର ହୋଇଯାଇଥିଲା। ପୁଲିସ ପ୍ରଫୁଲ୍ଲକୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଛି ଓ ଘଟଣାର ତଦନ୍ତ କରୁଛି।

Advertisment
Murder Balasore , Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe