Advertisment

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଧରି ଫେରୁଥିବା ଅଟୋ ଓଲଟି ପଡ଼ିଲା, ୬ ଗୁରୁତର

ମାଟ୍ରିକ ପରୀକ୍ଷା ସରିବା ପରେ ଛାତ୍ରଛାତ୍ରୀଙ୍କୁ ଧରି ଫେରୁଥିବା ଏକ ଅଟୋ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ରାସ୍ତା ପାର୍‌ ହୋଇଥିବା ଜଣେ ବୃଦ୍ଧାଙ୍କୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଛି।

author-image
Niharika Rout
Injured

Injured

ମାଟ୍ରିକ ପରୀକ୍ଷା ସରିବା ପରେ ଛାତ୍ରଛାତ୍ରୀଙ୍କୁ ଧରି ଫେରୁଥିବା ଏକ ଅଟୋ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ରାସ୍ତା ପାର୍‌ ହୋଇଥିବା ଜଣେ ବୃଦ୍ଧାଙ୍କୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଛି। ଏଥିରେ ୫ ଛାତ୍ରଛାତ୍ରୀଙ୍କ ସମେତ ବୃଦ୍ଧାଜଣକ ବି ଗୁରୁତର ହୋଇଛନ୍ତି। ଏପରି ଦୁର୍ଘଟଣା ଆଜି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଧୀନ ପାଟଣା ଛକ ନିକଟରେ ଘଟିଛି। ସମସ୍ତ ଆହତ ଛାତ୍ରଛାତ୍ରୀ ଜଳେଶ୍ୱର ସରସ୍ୱତୀ ଶିଶୁ ମନ୍ଦିରର ବିଦ୍ୟାର୍ଥୀ ବୋଲି ଜଣାଯାଇଛି।

Advertisment

ଆଜି ମାଟ୍ରିକ ଛାତ୍ରଛାତ୍ରୀଙ୍କର ଇତିହାସ, ଭୂଗୋଳ ପରୀକ୍ଷା ଥିଲା। ପରୀକ୍ଷା ସରିବା ପରେ ୯ ଛାତ୍ରଛାତ୍ରୀ ଓ ଜଣେ ଗୁରୁଜୀଙ୍କୁ ଧରି ଅଟୋଟି ଫେରୁଥିଲା। ମାତ୍ର ପାଟଣା ଛକ ନିକଟରେ ଜଣେ ବୃଦ୍ଧା ରାସ୍ତା ପାର୍‌ ହେଉଥିଲେ। ଉକ୍ତ ବୃଦ୍ଧାଙ୍କୁ ବଞ୍ଚାଇବାକୁ ଯାଇ ଡ୍ରାଇଭରଜଣକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଚର୍ଚ୍ଚରେ ଗାଡ଼ିକୁ ଧକ୍କା କରି ଦେଇଥିଲେ। ଫଳରେ ଅଟୋଟି ଓଲଟି ପଡ଼ିଥିଲା। ସେଥିରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ଛାତ୍ରୀ ଓ ଜଣେ ଛାତ୍ର ଗୁରୁତର ହୋଇଛନ୍ତି।

ଅଟୋଟି ବୃଦ୍ଧାଙ୍କୁ ସାଇଡ ମାରିବାରୁ ତାଙ୍କ ମୁଣ୍ଡରେ ଆଘାତ ହୋଇଛି। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ଜଳେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଏହି ଦୁର୍ଘଟଣା ପରେ ଅଟୋ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାଯାଇଛି

ଆସନ୍ତା ସୋମବାର ମାଟ୍ରିକ ପରୀକ୍ଷାର ଶେଷ ବିଷୟ ଥିବା ବେଳେ ଗୁରୁତର ପିଲାମାନେ କିପରି ପରୀକ୍ଷା ଦେବେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Accident School Road Accident Students