Advertisment

ଛାତରୁ ପଡ଼ି ଆଖି ବୁଜିଲେ ମେଡିକାଲ ଛାତ୍ର

ହିତେଷ୍ଣୁ ଫକୀରମୋହନ ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ର ଥିଲେ। ଗତକାଲି ବିଳମ୍ବିତ ରାତିରେ ସେ କ୍ୟାମ୍ପସ୍‌ରେ ଥିବା ଏକ ବିଲ୍ଡିଂର ଛାତ ଉପରୁ ପଡ଼ି ଯାଇଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Hitenshu

Hitenshu

ଛାତରୁ ପଡ଼ି ଆଖି ବୁଜିଲେ ମେଡିକାଲ ଛାତ୍ର। ଏପରି ଏକ ଅଭାବନୀୟ ଘଟଣା ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ଫକୀରମୋହନ ମେଡିକାଲ କଲେଜରେ ଘଟିଛି। ମୃତକ ହେଲେ ହିତେଷ୍ଣୁ ଦାସ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଭୀମପୁର ଗାଁରେ। ହିତେଷ୍ଣୁ ଛାତର କେମିତି ପଡ଼ିଲେ ତାହା ଜଣାପଡ଼ି ନଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି। 

Advertisment

ହିତେଷ୍ଣୁ ରେମୁଣା ଗୋଲେଇସ୍ଥିତ ଫକୀରମୋହନ ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ର ଥିଲେ । ସେ ହଷ୍ଟେଲରେ ରହୁଥିଲେ। କିଛି ଦିନ ହେବ ସେ ମାନସିକ ଅବସାଦ ମଧ୍ୟରେ ରହୁଥିବା ତାଙ୍କ ସାଙ୍ଗମାନେ ତଥା ପରିବାର ଲୋକେ କହିଛନ୍ତି।  

ଗତକାଲି ମଧ୍ୟ ହିତେଷ୍ଣୁ ଚିନ୍ତିତ ଦେଖାଯାଉଥିଲେ। ତେଣୁ ସାଙ୍ଗମାନେ ତାଙ୍କୁ ବୁଝାବୁଝି କରିଥିଲେ। ତେବେ ରାତି ପ୍ରାୟ ଗୋଟଏ ବେଳେ ହଷ୍ଟେଲ ପାଖରେ ଥିବା ଏକ ତାଲା ବିଶିଷ୍ଟ କୋଠାରୁ କିଛି ପଡ଼ିବାର ଶବ୍ଦ ଶୁଣାଯାଇଥିଲା। ହଷ୍ଟେଲ ପିଲାମାନେ ଧାଇଁ ଆସିଲା ବେଳକୁ ହିତେଷ୍ଣୁ ତଳେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ।

Advertisment

ତୁରନ୍ତ ତାଙ୍କୁ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ହିତେଷ୍ଣୁଙ୍କ ପରିବାର ଲୋକେ ଗତକାଲି ରାତିରେ ମେଡିକାଲରେ ପହଞ୍ଚିଥିଲେ। ଆଜି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ତାଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି। ହିତେଷ୍ଣୁଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ଗାଁରେ ଶୋକର ଛାୟା ଖେଳି ଯାଇଛି।

ହିତେଷ୍ଣୁଙ୍କ ବାପା ବାଲେଶ୍ୱର ଏସ୍‌ପି ଅଫିସରେ ହେଡ କ୍ଲର୍କ ଭାବେ କାମ କରୁଥିଲେ। ଗତ ବର୍ଷ ସେ ଅବସର ନେଇ ସାରିଛନ୍ତି। ଆଉ ୨ ବର୍ଷ ପରେ ପୁଅ ଡାକ୍ତର ହେବ ବୋଲି ସ୍ୱପ୍ନ ଦେଖୁଥିବା ବାପା ପୁଅର ମୃତ୍ୟୁ ଖବର ଶୁଣି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। 

ହିତେଷ୍ଣୁଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଦେଖାଦେଇଛି। ଏହା ଏକ ଆତ୍ମହତ୍ୟା ଘଟଣା ନା ଏହା ପଛରେ ଆଉ କିଛି କାରଣ ଅଛି ସେ ନେଇ ଖୋଳତାଡ଼  ଆରମ୍ଭ କରିଛି ପୁଲିସ୍। ତେବେ କଲେଜ କର୍ତ୍ତୃପକ୍ଷ ଏ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି।

ରିପୋର୍ଟ- ବାଲେଶ୍ୱରରୁ ରଣଜିତ ପାକଳ

Suicide College Student Suicide