Advertisment

ଦନ୍ତାକୁ ମାରି ଦାନ୍ତ ନେଇଗଲେ!

ହାତୀ ମୃତ୍ୟୁ ପଛର ନିର୍ଦ୍ଦିଷ୍ଟ କାରଣ କ’ଣ ସେନେଇ ଜଣାପଡ଼ି ନଥିବା ବେଳେ ବନବିଭାଗର ଦାୟିତ୍ୱ ହୀନତାକୁ ନେଇ ବି ପ୍ରଶ୍ନ ଉଠିଛି।

ଅଦ୍ୟତନ ହୋଇଛି
Elephant

Elephant

Advertisment

ଦନ୍ତା ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରୀ। ଏଭଳି ଅଭିଯୋଗ ଆସିଛି କୁଳଡିହା ଅଭୟାରଣ୍ୟରୁ। କୁଳଡିହାର କଳମଚତୁରୀ ଜଙ୍ଗଲରୁ ଏକ ହାତୀର ମୃତଦେହ ଠାବ ହୋଇଛି। ହାତୀର ମୃତଦେହ କଳମଚତୁରୀ ଜଙ୍ଗଲରେ ପଡ଼ିଥିବା ବନ ବିଭାଗ କର୍ମଚାରୀ ଗତକାଲି ପାଟ୍ରୋଲିଂ କରୁଥିବା ସମୟରେ ଦେଖିଥିଲେ। ହାତୀଟିକୁ ଶିକାର କରାଯାଇ ତାର ଦାନ୍ତକୁ କାଟି ନେଇଯାଇଥିବା ଜଣାପଡ଼ିଥିଲା।

Advertisment

ଏନେଇ ଡିଏଫ୍‌ଓ ଖୁସୱନ୍ତ ସିଂ କହିଛନ୍ତି, କୁଳଡିହାର କଳମଚତୁରୀ ଜଙ୍ଗଲରୁ ଏକ ହାତୀର ମୃତଦେହ ଠାବ ହୋଇଥିବା ମୁଁ ଖବର ପାଇଛି। ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟାସତ ଜଣାପଡ଼ିବ।

ମିଳିଥିବା ସୂଚନା ଅନୁଯାୟୀ, କୁଳଡିହା ଅଭୟାରଣ୍ୟରେ ଗତ ବର୍ଷକ ଭିତରେ ୭ଟି ହାତୀର ଜୀବନ ଯାଇଛି। ତା’ମଧ୍ୟରୁ ୫ଟି ହାତୀର ମୃତ୍ୟୁ ହୋଇଛି ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟ ଅଞ୍ଚଳରେ। ତେବେ ଏଭଳି ହାତୀ ମୃତ୍ୟୁ ପଛର ନିର୍ଦ୍ଦିଷ୍ଟ କାରଣ କ’ଣ ସେନେଇ ଜଣାପଡ଼ି ନଥିବା ବେଳେ ବନବିଭାଗର ଦାୟିତ୍ୱ ହୀନତାକୁ ନେଇ ବି ପ୍ରଶ୍ନ ଉଠିଛି।

Advertisment
Balasore Elephant Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe