Advertisment

ଭତ୍ତା ବଣ୍ଟନକୁ ନେଇ ବିଧାୟକ ଓ ସରପଞ୍ଚ ମୁହାଁମୁହିଁ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ବ୍ଲକରେ ବିଧାୟକ ଓ ବ୍ଲକ ଅଧ୍ୟକ୍ଷ ଭତ୍ତା ବାଣ୍ଟୁଥିବା ବେଳେ ହଟହଟା ହୋଇଛି। ଭତ୍ତା ବଣ୍ଟନ ବେଳେ କସିପଦା ଓ ବାହବଳପୁର ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ହୋହାଲ୍ଲା କରିଥିଲେ। ନିର୍ବାଚିତ ପ୍ରତିନିଧିଙ୍କୁ ନଜଣାଇ ବ୍ଲକ ଅଧ୍ୟକ୍ଷ ଓ ବାଲେଶ୍ୱର ସଦର ବିଧାୟକ କିପରି ଭତ୍ତା ବଣ୍ଟନ କଲେ ସେ ନେଇ ପାଟିତୁଣ୍ଡ ହେବା ସହ ଠେଲାପେଲା ହୋଇଥିଲା। ପରିସ୍ଥିତି ଅସମ୍ଭାଳ ହେବାରୁ ଘଟଣା ସ୍ଥଳରେ ସହଦେବଖୁଣ୍ଟାର ପୁଲିସ ପହଞ୍ଚିଥିଲା। […]

ଭତ୍ତା ବଣ୍ଟନକୁ ନେଇ ବିଧାୟକ ଓ ସରପଞ୍ଚ ମୁହାଁମୁହିଁ

balasore

Advertisment

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ବ୍ଲକରେ ବିଧାୟକ ଓ ବ୍ଲକ ଅଧ୍ୟକ୍ଷ ଭତ୍ତା ବାଣ୍ଟୁଥିବା ବେଳେ ହଟହଟା ହୋଇଛି। ଭତ୍ତା ବଣ୍ଟନ ବେଳେ କସିପଦା ଓ ବାହବଳପୁର ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ହୋହାଲ୍ଲା କରିଥିଲେ। ନିର୍ବାଚିତ ପ୍ରତିନିଧିଙ୍କୁ ନଜଣାଇ ବ୍ଲକ ଅଧ୍ୟକ୍ଷ ଓ ବାଲେଶ୍ୱର ସଦର ବିଧାୟକ କିପରି ଭତ୍ତା ବଣ୍ଟନ କଲେ ସେ ନେଇ ପାଟିତୁଣ୍ଡ ହେବା ସହ ଠେଲାପେଲା ହୋଇଥିଲା। ପରିସ୍ଥିତି ଅସମ୍ଭାଳ ହେବାରୁ ଘଟଣା ସ୍ଥଳରେ ସହଦେବଖୁଣ୍ଟାର ପୁଲିସ ପହଞ୍ଚିଥିଲା।

Advertisment

ଦୁଇ ପଞ୍ଚାୟତର ସରପଞ୍ଚ ଓ ସମର୍ଥକ ଗାଳିଗୁଲଜ କରିଥିବାରୁ ବାଲେଶ୍ୱର ସଦର ବିଧାୟକ ଓ ତାଙ୍କ ସମର୍ଥକ ବିଡିଓଙ୍କ ଚାମ୍ବର ଆଗରେ ଧାରଣା ଦେଇଥିବା ଅଭିଯୋଗ ହୋଇଛି। ସେପଟେ କସିପଦା ଓ ବାହବଳପୁର ସରପଞ୍ଚ ଓ ତାଙ୍କ ସମର୍ଥକ ବି ବ୍ଲକ ଅଫିସ ଆଗରେ ଧାରଣା ଦେଇଥିଲେ। ବିଡିଓ ଅଫିସରେ ପହଞ୍ଚିବା ପରେ ଦୁଇ ପକ୍ଷଙ୍କ ସହ ଆଲୋଚନା କରିଥିଲେ।

ବିଧାୟକ କହିଛନ୍ତି, କସିପଦାର ସରପଞ୍ଚ ଓ ତାଙ୍କ ସହଯୋଗୀମାନେ ସଭାଗୃହକୁ ପଶିଥିଲେ। ସେଠାରେ ସେମାନେ ମିଟିଂ ଅଧାରୁ ବିଏସଏସଓଙ୍କୁ ନେବା ପାଇଁ ଚିତ୍କାର କରିଥିଲେ। ଆମେ ଏହାକୁ ପ୍ରତିବାଦ କରିଥିଲୁ। ବୈଠକ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଆମେ କହିଥିଲୁ ଏବଂ ସମସ୍ୟାର ସମାଧାନ ପାଇଁ ମଧ୍ୟ କହିଥିଲୁ। କିନ୍ତୁ ସେମାନେ ଆମକୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ।

Advertisment

ତେବେ ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କରି କସିପଦା ସରପଞ୍ଚ। ସେ କହିଛନ୍ତି, ଆମେ ଖବର ପାଇଲୁ ଯେ ବିଧାୟକ ଭତ୍ତା ବଣ୍ଟନ କରୁଛନ୍ତି। ତେଣୁ ଆମେ ତୁରନ୍ତ ବିଡିଓକୁ ଏ କଥା ପଚରାଥିଲେ। ହେଲେ ବିଡିଓ କହିଲେ ଯେ ସେ କିଛି ଜାଣିନାହାନ୍ତି। ପରେ ଆମେ ବ୍ଲକ୍ ଅଫିସକୁ ଆସି ବିଏସଓଙ୍କୁ ଭେଟିବାକୁ କହିଥିଲୁ। ସେହି ସମୟରେ ବିଧାୟକ ଆମକୁ ସେଠାରୁ ବାହାରିବାକୁ ଯିବାକୁ କହି ଗାଳିଗୁଲଜ କରିଥିଲେ। ଅନ୍ୟପକ୍ଷରେ ବାଲେଶ୍ୱର ସଦର ବିଡିଓ କହିଛନ୍ତି ଯେ ପୂରା ଘଟଣା ଜାଣିବା ପରେ କୌଣସି ନିଷ୍ପତ୍ତି ନିଆଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe