Advertisment

ମ୍ୟୁଜିକ ଚେୟାର ଖେଳୁ ଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ ୨୦ ଛାତ୍ରୀ

କେତେକ ଛାତ୍ରୀଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଆଉ କେତେ ଜଣଙ୍କ ଛାତିରେ ଯନ୍ତ୍ରଣା ହେବାରୁ ବେହୋସ ହୋଇ ପଡ଼ିଥିଲେ।

ଅଦ୍ୟତନ ହୋଇଛି
Student

Student

Advertisment

ସ୍କୁଲରେ ମ୍ୟୁଜିକ ଚେୟାର ଖେଳୁ ଖେଳୁ ଅସୁସ୍ଥ ହୋଇପଡ଼ିଲେ ୨୦ରୁ ଅଧିକ ଛାତ୍ରୀ। ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ବଡ଼ଖୁରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ଅସୁସ୍ଥ ଛାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Advertisment

ଆଜି ବିଦ୍ୟାଳୟରେ ଖେଳ ପ୍ରତିଯୋଗିତା ଥିଲା। ପିଲାମାନେ ବିଭିନ୍ନ ଖେଳରେ ଭାଗ ନେଇଥିଲେ। ୨୦ରୁ ଅଧିକ ଛାତ୍ରୀ ମ୍ୟୁଜିକ ଚେୟାର ଖେଳୁଥିଲେ। ତେବେ ସେହି ସମୟରେ ହଠାତ୍ ସେମାନେ ଅସୁସ୍ଥ ଅନୁଭବ କରିଥିଲେ। କେତେକ ଛାତ୍ରୀଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଆଉ କେତେ ଜଣଙ୍କ ଛାତିରେ ଯନ୍ତ୍ରଣା ହେବାରୁ ବେହୋସ ହୋଇ ପଡ଼ି ଯାଇଥିଲେ।

ବିଦ୍ୟାଳୟର ଶିକ୍ଷକ ଓ ସ୍ଥାନୀୟ ଲୋକ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଛାତ୍ରୀମାନେ ସୁସ୍ଥ ଥିବା ଜଣାଯାଇଛି। କ’ଣ ପାଇଁ ପିଲାମାନଙ୍କର ଏପରି ହେଲା, ତାର କାରଣ ଜଣାପଡ଼ିନାହିଁ।

Advertisment
School Students
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe