Advertisment

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମା’ପୁଅଙ୍କ ମୃତ୍ୟୁ

ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ନାହୁଲ ଗାଁରେ ବିଦ୍ୟୁତ ଆଘାତରେ ଜଣେ ମହିଳା ଓ ତାଙ୍କ ପୁଅଙ୍କର ମୃତ୍ୟୁ ଘଟିଛି।

Deadbody

Deadbody

Advertisment

ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ନାହୁଲ ଗାଁରେ ବିଦ୍ୟୁତ ଆଘାତରେ ଜଣେ ମହିଳା ଓ ତାଙ୍କ ପୁଅଙ୍କର ମୃତ୍ୟୁ ଘଟିଛି।

Advertisment

ମୃତକଦ୍ୱୟ ହେଉଛନ୍ତି ଗାଁର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପତ୍ନୀ ତିଳୋତ୍ତମା ଦାସ (୪୮) ଓ ପୁଅ ରାମଚନ୍ଦ୍ର ଦାସ (୨୮)।

ଆଜି ସକାଳେ ମା’ପୁଅ କୌଣସି କାମରେ ଘର ପାଖ ବଗିଚାକୁ ଯାଉଥିଲେ। ଏହି ସମୟରେ ଘର ନିର୍ମାଣ ପାଇଁ ରଖାଯାଇଥିବା ଲୁହା ରଡ୍ ସଂସ୍ପର୍ଶରେ ଆସିଯାଇଥିଲେ ତିଳୋତ୍ତମା। ତାଙ୍କୁ ବିଦ୍ୟୁତ ଆଘାତ ଲାଗିବା ସହିତ ସେ ଲୁହା ରଡ୍‌ରେ ଲାଖି ରହିଯାଇଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ରାମଚନ୍ଦ୍ର ପ୍ରୟାସ କରିଥିଲେ ହେଁ ବିଫଳ ହୋଇଥିଲେ। ରାମଚନ୍ଦ୍ରଙ୍କର ବି ବିଦ୍ୟୁତ୍ ଆଘାତରେ ମୃତ୍ୟ ଘଟିଥିଲା।

Advertisment

ପୂର୍ଣ୍ଣଚନ୍ଦ୍ର ସେମାନଙ୍କୁ ଉଦ୍ଧାର କରି ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଘରର ଏକ ଜୀବନ୍ତ ବିଦ୍ୟୁତ ତାର ଛିଡ଼ି ଉକ୍ତ ଲୁହା ରଡରେ ଲାଗି ରହିଥିବାରୁ ଏମିତି ଏକ ଅଭାବନୀୟ ଘଟଣା ଘଟିଗଲା ବୋଲି ଜଣାପଡ଼ିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe