Advertisment

ଆରଆଇଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ

ଜଳେଶ୍ୱର( ଅଜିତ କୁମାର ଦାଶ)ବାଲି ମାଫିଆଙ୍କ ବର୍ବର କାଣ୍ଡ । ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ବେଳେ ଚେକିଂ କରୁଥିବା ରାଜସ୍ୱ ନିରୀକ୍ଷକଙ୍କ ଉପରେ ଡମ୍ପର ଚଢାଇ ହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକ । ସୂଚନା ମୁତାବକ ଜଳେଶ୍ୱର ଥାନା ଅନ୍ତର୍ଗତ ଆମ୍ବଳିଅଠା ଛକ ଠାରେ ଜଳେଶ୍ୱର ଅତିରିକ୍ତ ତହସିଲଦାର ଏବଂ ରାଜସ୍ୱ ନିରକ୍ଷକ ଦିଲ୍ଲୀପ ଚାନ୍ଦ ପଶ୍ଚିମବଙ୍ କୁ ଚୋରା ବାଲି ଚାଲାଣ […]

ଅଦ୍ୟତନ ହୋଇଛି
ଆରଆଇଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ

hnb

Advertisment

ଜଳେଶ୍ୱର( ଅଜିତ କୁମାର ଦାଶ)ବାଲି ମାଫିଆଙ୍କ ବର୍ବର କାଣ୍ଡ । ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ବେଳେ ଚେକିଂ କରୁଥିବା ରାଜସ୍ୱ ନିରୀକ୍ଷକଙ୍କ ଉପରେ ଡମ୍ପର ଚଢାଇ ହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକ । ସୂଚନା ମୁତାବକ ଜଳେଶ୍ୱର ଥାନା ଅନ୍ତର୍ଗତ ଆମ୍ବଳିଅଠା ଛକ ଠାରେ ଜଳେଶ୍ୱର ଅତିରିକ୍ତ ତହସିଲଦାର ଏବଂ ରାଜସ୍ୱ ନିରକ୍ଷକ ଦିଲ୍ଲୀପ ଚାନ୍ଦ ପଶ୍ଚିମବଙ୍ କୁ ଚୋରା ବାଲି ଚାଲାଣ ହେଉଥିବା ଗାଡି ମାନଙ୍କୁ ଯାଞ୍ଚ କରିଥିଲେ।

Advertisment

OD01 AJ 5113 ନମ୍ବର ଥିବା ଏକ ଡ଼ମ୍ଫର ବାଲି ବୋଝେଇ ପଶ୍ଚିମବଙ୍ଗ ଅଭିମୁଖେ  ଯାଉଥିବା ବେଳେ ଯାଞ୍ଚ ପାଇଁ ଗାଡିଟିକୁ ଅଟକାଇବା ହାତ ମାରିଥିଲେ। ମାତ୍ର ଗାଡି ନ ଅଟକାଇ ଗାଡି ଚଢ଼େଇ ହତ୍ୟା ପାଇଁ ଉଦ୍ୟମ କରିଥିଲେ।  ତେବେ ସୌଭାଗ୍ୟ  ବଶତଃ ଅତିରିକ୍ତ ତହସିଲଦାର ବର୍ତ୍ତି ଯାଇଥିବା ବେଳେ ରାଜସ୍ୱ ନିରୀକ୍ଷକଙ୍କ ଡାହାଣ ଗୋଡ଼ ଉପରେ ଗାଡି ମାଡ଼ି ଯାଇଥିଲା । ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ରାଜସ୍ୱ ନିରୀକ୍ଷକ ଅଧିକାରୀଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମ୍ପୃକ୍ତ ଗାଡି ଘଟଣା ସ୍ଥଳରୁ ଚମ୍ପଟ ମାରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe