Advertisment

‘ନିଜ ଝିଅ ଭାବି ସହାୟତା କରନ୍ତୁ, ମୋ ସ୍ୱାମୀ ମୋ ପାଖକୁ ଫେରି ଆସିବେ’

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ମାସକ ତଳେ ଧୁମଧାମରେ ବିବାହ ହୋଇଥିଲା। ଏହା ପରେ ହସଖୁସିରେ ମଧ୍ୟ ପରିବାର ଚାଲିଥିଲା। କିନ୍ତୁ ହଠାତ୍ ଏହି ସୁଖର ସଂସାରରେ ଲାଗିଲା କରୋନାର ନଜର୍। କରୋନାରେ ସ୍ୱାମୀ ଅଭିଷେକ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ହୋଇପଡ଼ିଲା। ଯାହା ଫଳରେ ଦୀର୍ଘ ୨୨ ଦିନ ହେବ ସେ ଆଇସିୟୁରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହେଉନାହିଁ। ଅଭିଷେକଙ୍କ ଅବସ୍ଥା ଦେଖି ସ୍ତ୍ରୀ ମୌସୁମୀ ଭାଙ୍ଗି ପଡ଼ିଛନ୍ତି। ଅଭିଷେକଙ୍କୁ ଏବେ ଏୟାରଲିଫ୍ଟ ଜରିଆରେ […]

ଅଦ୍ୟତନ ହୋଇଛି
‘ନିଜ ଝିଅ ଭାବି ସହାୟତା କରନ୍ତୁ, ମୋ ସ୍ୱାମୀ ମୋ ପାଖକୁ ଫେରି ଆସିବେ’

700-1

Advertisment

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ମାସକ ତଳେ ଧୁମଧାମରେ ବିବାହ ହୋଇଥିଲା। ଏହା ପରେ ହସଖୁସିରେ ମଧ୍ୟ ପରିବାର ଚାଲିଥିଲା। କିନ୍ତୁ ହଠାତ୍ ଏହି ସୁଖର ସଂସାରରେ ଲାଗିଲା କରୋନାର ନଜର୍। କରୋନାରେ ସ୍ୱାମୀ ଅଭିଷେକ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ହୋଇପଡ଼ିଲା। ଯାହା ଫଳରେ ଦୀର୍ଘ ୨୨ ଦିନ ହେବ ସେ ଆଇସିୟୁରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହେଉନାହିଁ।

Advertisment

ଅଭିଷେକଙ୍କ ଅବସ୍ଥା ଦେଖି ସ୍ତ୍ରୀ ମୌସୁମୀ ଭାଙ୍ଗି ପଡ଼ିଛନ୍ତି। ଅଭିଷେକଙ୍କୁ ଏବେ ଏୟାରଲିଫ୍ଟ ଜରିଆରେ କୋଲକାତା ନିଆଯିବା ପାଇଁ ବ୍ୟବସ୍ଥା କରାଯାଉଛି। ହେଲେ ସେଠାରେ ଚିକିତ୍ସା ପାଇଁ ଲାଗିବ କୋଟିଏ ଟଙ୍କା। ଏଥିପାଇଁ ମୌସୁମୀ ଓଡ଼ିଶାବାସୀଙ୍କୁ ସହାୟତା ମାଗିଛନ୍ତି। ଏ ନେଇ ମୌସୁମୀ ଏକ ଭିଡିଓ ଛାଡ଼ିଛନ୍ତି।

ଭିଡିଓରେ ମୌସୁମୀ କହୁଛନ୍ତି, ମୋ ସ୍ୱାମୀ ଅଭିଷେକ ମହାପାତ୍ର ଦୀର୍ଘ ୨୨ ଦିନ ହେବ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହେଉନଥିବାରୁ ଡାକ୍ତରଙ୍କ ପରାର୍ମଶ କ୍ରମେ ଆମେ ତାଙ୍କୁ ଏୟାରଲିଫ୍ଟ ଯୋଗେ କଲିକତା ନେଇଯିବୁ।

Advertisment

ମୋ ସ୍ୱାମୀଙ୍କ ଚିକିତ୍ସା ପାଇଁ ୧ କୋଟିରୁ ଅଧିକ ଟଙ୍କା ଦରକାର। ଏଥିପାଇଁ ଆପଣ ମାନଙ୍କ ସହାୟତା ନିଶ୍ଚୟ ଦରକାର। ଆପଣମାନଙ୍କ ଛୋଟ ଛୋଟ ସହାୟତା ମୋ ସ୍ୱାମୀଙ୍କୁ ମୋ ପାଖକୁ ଫେରାଇ ଆଣିବ। ଦୟାକରି ଆପଣମାନେ ମୋତେ ନିଜ ଝିଅ ଭାବି ସହାୟତା କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe