Advertisment

ରାତି ଅଧରେ ଟ୍ରକ୍‌ରେ ପିଟି ହେଲା ‘ସୋନାକ୍ସ’ ବସ୍‌

ଜଳେଶ୍ୱର (ଅଜିତ ଦାସ):  ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ସୋନାକୁଣିଆ ଛକରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ଏକ ବସ୍‌ ଓ ଟ୍ରକ ମଧ୍ୟରେ ଧକ୍କା ହେବାରୁ ବସ୍‌ରେ ଥିବା ୧୦ ଯାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ପଶ୍ଚିମବଙ୍ଗର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ଜଣଙ୍କ ହରିହର ଜେନା ବୋଲି ଜଣାପଡ଼ିଛି। ସୂଚାଯୋଗ୍ୟ, ‘ସୋନାକ୍ସ’ ନାମକ ଘରୋଇ ବସ୍‌ ଗତକାଲି ରାତିରେ ଭୁବନେଶ୍ୱରରୁ କୋଲକତା ଅଭିମୁଖେ ଯାଉଥିଲା। ମାତ୍ର ବିଳମ୍ବିତ ରାତିରେ […]

author-image
Niharika Rout
ଅଦ୍ୟତନ ହୋଇଛି
ରାତି ଅଧରେ ଟ୍ରକ୍‌ରେ ପିଟି ହେଲା ‘ସୋନାକ୍ସ’ ବସ୍‌

bus

ଜଳେଶ୍ୱର (ଅଜିତ ଦାସ):  ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ସୋନାକୁଣିଆ ଛକରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ଏକ ବସ୍‌ ଓ ଟ୍ରକ ମଧ୍ୟରେ ଧକ୍କା ହେବାରୁ ବସ୍‌ରେ ଥିବା ୧୦ ଯାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ପଶ୍ଚିମବଙ୍ଗର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ଜଣଙ୍କ ହରିହର ଜେନା ବୋଲି ଜଣାପଡ଼ିଛି।

Advertisment

ସୂଚାଯୋଗ୍ୟ, ‘ସୋନାକ୍ସ’ ନାମକ ଘରୋଇ ବସ୍‌ ଗତକାଲି ରାତିରେ ଭୁବନେଶ୍ୱରରୁ କୋଲକତା ଅଭିମୁଖେ ଯାଉଥିଲା। ମାତ୍ର ବିଳମ୍ବିତ ରାତିରେ ଗାଡ଼ିଟି ସୋନାକୁଣିଆ ଛକ ଅତିକ୍ରମ କରୁଥିବା ବେଳେ ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଛି।  ଘଟଣାସ୍ଥଳରେ ପୁଲିସ୍‌ ଓ ସ୍ଥାନୀୟ ଲୋକେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।  ଗୁରୁତର ଓ ମୃତକ ଓଡ଼ିଆ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି।

ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି।  ତେବେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବାରୁ ଏହା କିପରି ହେଲା ସେ ସମ୍ପର୍କରେ ସଠିକ୍‌ ସୂଚନା ମିଳିପାରିନି।

Advertisment