/odisha-reporter/media/post_attachments/uploadimage/library/16_9/16_9_0/Lighting_1686623062.jpg)
Lighting
ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବାଲିଆପାଳ
ଥାନା ଦେଭୋଗ ଗ୍ରାମର ପୀତାମ୍ବର ଦଳାଇଙ୍କ ପୁଅ ମଧୁ ଦଳାଇ।
Advertisment
ଗତକାଲି ମଧୁ ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ସେ ବଜ୍ରାଘାତ ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପକ୍ଷରେ ବଜ୍ରାଘାତ ଯୋଗୁଁ ବାଲିଆପାଳରେ ବହୁ ମାଙ୍କଡ଼ ପ୍ରାଣ ହରାଇଛନ୍ତି। ଜଳେଶ୍ୱର ବ୍ଲକ ଗଡ଼ସାହି ବାଲିଆପାଳରେ ବଜ୍ରାଘାତରେ ୧୨ଟି ମାଙ୍କଡ଼ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
