Advertisment

ଦୂଷିତ ପାଣି ପିଇ କନ୍ୟାଶ୍ରମ ହଷ୍ଟେଲର ଜଣେ ଛାତ୍ରୀ ମୃତ, ୨୬ ଗୁରୁତର

ଦୂଷିତ ପାଣି ପିଇ ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଗାନ୍ଧୀ ସେବାସଂଘ ପୁରୁବାଈ କନ୍ୟାଶ୍ରମର ୨୬ ଜଣ ଅନ୍ତେବାସିନୀ ଗୁରୁତର ହୋଇଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
Ill Student

Ill Student

ଦୂଷିତ ପାଣି ପିଇ ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଗାନ୍ଧୀ ସେବାସଂଘ ପୁରୁବାଈ କନ୍ୟାଶ୍ରମର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଅନ୍ତେବାସିନୀ ଗୁରୁତର ହୋଇଛନ୍ତି। ୨୫ ଜଣଙ୍କୁ ସୋର ମେଡିକାଲରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ଅନ୍ତେବାସିନୀଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆଜି ଘଟିଥିବା ଏହି ଘଟଣାକୁ ନେଇ ଛାତ୍ରୀମାନେ ଭୟଭୀତ ହୋଇପଡ଼ିଛନ୍ତି।

Advertisment

ସେପଟେ ଜଣାପଡ଼ିଛି ଏହି କନ୍ୟାଶ୍ରମରେ ଗତକାଲି ମଧ୍ୟାହ୍ନରେ ଜଣେ ଛାତ୍ରୀଙ୍କର ବାନ୍ତି ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସନ୍ଧ୍ୟାରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା।

ଆଜି ସକାଳେ ଅନ୍ୟ ଜଣେ ଅନ୍ତେବାସିନୀ ଗୁରୁତର ହେବାରୁ ତାଙ୍କୁ ମଧ୍ୟ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଘଟଣା ପରେ ବାଲେଶ୍ୱର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏଡିଏମଓ ଡଃ ମୃତ୍ୟୁଞ୍ଜୟ ମହାପାତ୍ର, ଡିସିପିଓ ସ୍ଵାଗତିକା ଦାସ, ସୋର ଡାକ୍ତରଖାନା ଅଧିକ୍ଷକ ସତ୍ୟନାରାୟଣ ନାୟକ, ସୋର ବିଡ଼ିଓ କରୁଣାକର ଧିନ୍ଦାଙ୍କ ସହିତ ଏକ ମେଡିକାଲ ଟିମ କନ୍ୟାଶ୍ରମରେ ପହଞ୍ଚି ଅନ୍ତେବାସିନୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

Advertisment

ପରୀକ୍ଷାରେ ୨୬ ଜଣ ଅନ୍ତେବାସିନୀଙ୍କ ଦେହ ଅସୁସ୍ଥ ଥିବା ଜାଣିବା ପରେ ସମସ୍ତଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଜଣେ ଅନ୍ତେବାସୀଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ତେବାସିନୀମାନଙ୍କୁ ଚାରି ଦିନ ହେବ ଥଣ୍ଡା, ଜ୍ୱର, କାଶ ଲାଗି ରହିଛି। ତେଣୁ ପିଲାମାନଙ୍କର ମୁହଁ ହାତ ଫୁଲି ଯାଇଛି ଓ ସେମାନେ ଅସୁସ୍ଥ ଅନୁଭବ କରୁଛନ୍ତି।

ଏନେଇ ମେଡିକାଲ ଟିମ୍ ଓ ହଷ୍ଟେଲ କର୍ତ୍ତୃପକ୍ଷ ମତାମତ ଦେବାକୁ ମନା କରିଦେଇଛନ୍ତି। ଅନ୍ୟପଟେ ଖବର ପାଇ ଶିଶୁ ସୁରକ୍ଷା କମିଟି ସଦସ୍ୟ ଓ ଫୁଡ ସେଫଟି ଟିମ ପହଞ୍ଚି ଘଟଣାର ଯାଞ୍ଚ କରୁଛନ୍ତି।

ରିପୋର୍ଟ- ସୋରରୁ ନିରଞ୍ଜନ ବେହେରା

Tribal Students Hospital