Advertisment

ଧକ୍କା ଦେଇ ଜୀବନ ନେଇଗଲା, ଡମ୍ପରକୁ ଜାଳିଦେଲେ ଲୋକେ

ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ୫୭ ନମ୍ବର ରାଜପଥର ଅନନ୍ତପୁର ଛକ ନିକଟରେ ଆଜି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି।

burning truck

burning truck

Advertisment

ବାଲି ବୋଝେଇ ଡମ୍ପର ଧକ୍କାରେ ସାଇକେଲ ଆରୋହୀ ମୃତ। ଏହି ଘଟଣାରେ ଉତ୍ତେଜିତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ନିଆଁ ଲଗାଇ ଜାଳି ଦେଇଛନ୍ତି। ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ୫୭ ନମ୍ବର ରାଜପଥର ଅନନ୍ତପୁର ଛକ ନିକଟରେ ଆଜି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। ମୃତକ ସ୍ଥାନୀୟ ସୋହରିଆ ପଞ୍ଚାୟତ ଅନ୍ତର୍ଗତ ରାୟପୁର ଗ୍ରାମର ପଦ୍ମଲୋଚନ ପ୍ରଧାନ।

Advertisment

ସନ୍ଧ୍ୟାରେ ଏହି ଡମ୍ପର ବାଲି ବୋଝେଇ କରି ଯାଉଥିଲା। ଦୁର୍ଘଟଣା ଘଟାଇବା ପରେ ଡମ୍ପର ଚାଳକ ଗାଡ଼ିକୁ ଦୃତଗତିରେ ଚଳାଇ ଘଟଣାସ୍ଥଳରୁ ଖସି ଯିବାକୁ ଉଦ୍ୟମ କରିଥିଲା। ସ୍ଥାନୀୟ ଲୋକ ଗାଡ଼ିକୁ ପିଛା କରିଥିଲେ। ଡମ୍ପରକୁ କିଛି ଦୂରରେ ଅଟକାଇ ଡ୍ରାଇଭରକୁ ପିଟିଥିଲେ। ପରେ ଡମ୍ପରରେ ନିଆଁ ଲଗାଇ ଦେଇଥିଲେ।

ଖବର ପାଇ ଭୋଗରାଇ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ତେବେ ଉତ୍ତେଜିତ ଲୋକେ କ୍ଷତିପୂରଣ ଦାବି କରି ରାସ୍ତାରେ ବସି ରହିଛନ୍ତି। ଡ୍ରାଇଭର ମଦ ପିଇ ଗାଡ଼ି ଚଳାଉଥିବାରୁ ଏବଂ ବେଆଇନ ବାଲି ଚାଲାଣ ରୋକିବାକୁ ପୁଲିସ ପ୍ରଶୟ ଦେଉଥିବାରୁ ଏତେବଡ଼ ଅଘଟଣ ଘଟିଲା ବୋଲି ମୃତ ପଦ୍ମଲୋଚନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment
Accident Accidental Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe