Advertisment

ଖିରି ଭୋଗ ଖାଇ ଜଣେ ମୃତ, ୧୫ ଅସୁସ୍ଥ

ଶନିବାର ତାଳକୁରୁଣିଆ ଗାଁରେ ରଥଯାତ୍ରା ଉପଲକ୍ଷେ ମହାପ୍ରଭୁଙ୍କ ପାଖରେ ଖିରି ଭୋଗ ହୋଇଥିଲା। ଗାଁ ଲୋକେ ସେହି ଭୋଗ ଖାଇବା ସହିତ ବନ୍ଧୁବାନ୍ଧବଙ୍କ ଘରକୁ ପଠାଇଥିଲେ। ପରବର୍ତ୍ତୀ ସମୟରେ ସେହି ଭୋଗ ଖାଇ ୧୬ରୁ ଅଧିକ ଲୋକ ଅସୁସ୍ଥ ହୋଇଥିଲେ।

Balasore

Balasore

Advertisment

ଖିରି ଭୋଗ ଖାଇ ଜଣେ ମୃତ, ୧୫ ଅସୁସ୍ଥ। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକରୁ। ଅସୁସ୍ଥ ଥିବା ଲୋକମାନେ ଏବେ ମଧ୍ୟ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଆଉ ଗାଁରେ ମେଡ଼ିକାଲ୍‌ ଟିମ୍‌ ପହଞ୍ଚିଥିବା ଜଣାପଡ଼ିଛି।

Advertisment

ଶନିବାର ତାଳକୁରୁଣିଆ ଗାଁରେ ରଥଯାତ୍ରା ଉପଲକ୍ଷେ ମହାପ୍ରଭୁଙ୍କ ପାଖରେ ଖିରି ଭୋଗ ହୋଇଥିଲା। ଗାଁ ଲୋକେ ସେହି ଭୋଗ ଖାଇବା ସହିତ ବନ୍ଧୁବାନ୍ଧବଙ୍କ ଘରକୁ ପଠାଇଥିଲେ। ପରବର୍ତ୍ତୀ ସମୟରେ ସେହି ଭୋଗ ଖାଇ ୧୬ରୁ ଅଧିକ ଲୋକ ଅସୁସ୍ଥ ହୋଇଥିଲେ। ସମସ୍ତଙ୍କୁ ଗୋପାଳପୁର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ୬୩ ବର୍ଷୀୟ ନୀଳମଣି ସାହୁ ଓ ଅନ୍ୟ ଜଣେ ଗୁରୁତର ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନୀଳମଣି ସାହୁଙ୍କ ମୃତ୍ୟୁ ଘଟିଛି।

ତେବେ ଗୋପାଳପୁର ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବା ୧୪ ଜଣଙ୍କ ଭିତରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ମଧ୍ୟ ୭ ଜଣ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏବେ ଗାଁରେ ମେଡ଼ିକାଲ୍‌ ଟିମ୍‌ ପହଞ୍ଚି ଅନ୍ୟ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଛି। ତେବେ ଭୋଗ କେମିତି ବିଷାକ୍ତ ହେଲା, ତାହା ଜଣାପଡ଼ି ନାହିଁ।

Advertisment

ରିପୋର୍ଟ-ସୋରରୁ ନିରଞ୍ଜନ ବେହେରା

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe