Advertisment

କିଆବୁଦା ମୂଳେ ଶିଶୁକୁ ଫୋପାଡ଼ି ଦେଲେ, ଅଞ୍ଚଳରେ ଚାଞ୍ଚଲ୍ୟ

ପୁଅକୁ କିଆବଣରେ ଫିଙ୍ଗି ମା’ ପୁରୁଷ ବନ୍ଧୁ ସହ ପଳାଇଥିବା ଅଭିଯୋଗ ହୋଇଛି।

 injured child rescued

injured child rescued

Advertisment

କିଆବୁଦା ମୂଳରୁ ବର୍ଷକର କ୍ଷତାକ୍ତ ଶିଶୁ ପୁତ୍ର ଉଦ୍ଧାର। ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ଗୋପାଳପୁର ଥାନା କରଞ୍ଜାବିନ୍ଧା ଗାଁ ପାଖ କିଆବଣରୁ ଏହି ଶିଶୁକୁ ଉଦ୍ଧାର କରାଯାଇଛି। ପିଲାକୁ ଉଦ୍ଧାର କରି ଗୋପାଳପୁର ମେଡିକାଲ୍ ନେଇଛନ୍ତି କରଞ୍ଜାବିନ୍ଧା ଗାଁ ଲୋକେ। ଉଦ୍ଧାର ପିଲାଟି ସ୍ଥାନୀୟ ଆରୁଆବାଡ଼ ଗାଁର ବୋଲି ଜଣାପଡ଼ିଛି।

Advertisment

ପୁଅକୁ କିଆବଣରେ ଫିଙ୍ଗି ମା’ ପୁରୁଷ ବନ୍ଧୁ ସହ ପଳାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ଶିଶୁପୁତ୍ରର ମୁଣ୍ଡରେ ଓ ଗାଲରେ କ୍ଷତ ସୃଷ୍ଟି ହୋଇଛି। ଶିଶୁର ବାପା ପରେଶ ମଲ୍ଲିକ ଖବର ପାଇ ମେଡ଼ିକାଲରେ ପହଞ୍ଚିଛନ୍ତି। ତେଣେ ପୁଲିସ ମଧ୍ୟ ଖବର ପାଇ ମେଡିକାଲରେ ପହଞ୍ଚିବା ସହ ତଦନ୍ତ କରୁଥିବା ଜଣାପଡ଼ିଛି। ଏହାକୁ ନେଇ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି। ତେବେ ଏନେଇ କାହାରି ପ୍ରତିକ୍ରିୟା ମିଳିପାରିନି।

Advertisment
Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe