Advertisment

ଟ୍ୟୁବୱେଲ ପାଇଁ ଖୋଳା ଯାଇଥିଲା ଗାତ, ପଡ଼ିଗଲା ବର୍ଷକର ଶିଶୁ

ସୋର(ଶଶିକାନ୍ତ ବେହେରା): ଟ୍ୟୁବୱେଲ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ଜୀବନ ହାରିଲା ବର୍ଷକର ଶିଶୁକନ୍ୟା । ଏପରି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଖଇରା ଥାନା ଶାଳଗଡ଼ିଆ ଗାଁରେ ଘଟିଛି। ଆଜି ସକାଳେ ଘର ଦାଣ୍ଡରେ  ଖେଳୁଖେଳୁ  ଅଧା ଖୋଳା ଯାଇଥିବା ଗାତରେ ପଡ଼ିଗଲା ବର୍ଷକର ଶିଶୁକନ୍ୟା। ତୁରନ୍ତ ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପ୍ରଚାରିତ ହେବା ପରେ […]

author-image
Niharika Rout
ଅଦ୍ୟତନ ହୋଇଛି
ଟ୍ୟୁବୱେଲ ପାଇଁ ଖୋଳା ଯାଇଥିଲା ଗାତ, ପଡ଼ିଗଲା ବର୍ଷକର ଶିଶୁ

baby

ସୋର(ଶଶିକାନ୍ତ ବେହେରା): ଟ୍ୟୁବୱେଲ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ଜୀବନ ହାରିଲା ବର୍ଷକର ଶିଶୁକନ୍ୟା । ଏପରି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଖଇରା ଥାନା ଶାଳଗଡ଼ିଆ ଗାଁରେ ଘଟିଛି।

Advertisment

ଆଜି ସକାଳେ ଘର ଦାଣ୍ଡରେ  ଖେଳୁଖେଳୁ  ଅଧା ଖୋଳା ଯାଇଥିବା ଗାତରେ ପଡ଼ିଗଲା ବର୍ଷକର ଶିଶୁକନ୍ୟା। ତୁରନ୍ତ ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।