Advertisment

କାହାର ହାତ ଅଲଗା ହୋଇଛି ତ ଆଉ କାହାର ଗୋଡ଼ ଅଲଗା ହୋଇଯାଇଛି...

ଯାତ୍ରୀ ଜଣକ କହିଛନ୍ତି, ବଗିରେ ବସିଥିବା ବେଳେ ଆଖି ଲାଗି ଯାଇଥିଲା। ସେହି ସମୟରେ ଟ୍ରେନ୍‌ ଦୁର୍ଘଟଣା ହୋଇଥିଲା। ସଙ୍ଗେ ସଙ୍ଗେ ମୋ ଆଖି ଖୋଲି ଯାଇଥିଲା। ଦେଖିଲା ବେଳକୁ ବଗିରେ ବସିଥିବା ଯାତ୍ରୀଙ୍କ ଭିତରୁ ୧୦ରୁ ୧୨ ଜଣ ଛିଟିକି ହୋଇ ମୋ’ ଉପରେ ପଡ଼ିଥିଲେ।

Balasore

Balasore

Advertisment

ଦୁର୍ଘଟଣା ଥିଲା ଛାତିଥରା। ବୀଭତ୍ସ ଓ ଦାରୁଣ। ତା’ଠାରୁ ଆହୁରି ଭୟଙ୍କର ଥିଲା ଦୁର୍ଘଟଣାଗ୍ରସ୍ତ ବଗିର ଚିତ୍ର। ସେଥିରୁ ନୂଆ ଜୀବନ ପାଇଥିବା ଜଣେ ଯାତ୍ରୀ ଆଜି ବଖାଣିଛନ୍ତି ଦେହ ଥରାଇଦେଲା ଭଳି ଦୃଶ୍ୟ। ଯାତ୍ରୀ ଜଣକ କହିଛନ୍ତି, ବଗି ଛାଡ଼ିଲା ବେଳକୁ କାହାର ହାତ ଅଲଗା ହୋଇଯାଇଥିଲା ତ ଆଉ କାହାର ଗୋଡ଼ ଅଲଗା ହୋଇଯାଥିବା ଦେଖିବାକୁ ପାଇଥିଲି।

Advertisment

ଯାତ୍ରୀ ଜଣକ କହିଛନ୍ତି, ବଗିରେ ବସିଥିବା ବେଳେ ଆଖି ଲାଗି ଯାଇଥିଲା। ସେହି ସମୟରେ ଟ୍ରେନ୍‌ ଦୁର୍ଘଟଣା ହୋଇଥିଲା। ସଙ୍ଗେ ସଙ୍ଗେ ମୋ ଆଖି ଖୋଲି ଯାଇଥିଲା। ଦେଖିଲା ବେଳକୁ ବଗିରେ ବସିଥିବା ଯାତ୍ରୀଙ୍କ ଭିତରୁ ୧୦ରୁ ୧୨ ଜଣ ଛିଟିକି ହୋଇ ମୋ’ ଉପରେ ପଡ଼ିଥିଲେ। ମୁଁ ବଗିର ତଳ ବଥ୍‌ରେ ଥିବାରୁ ବଞ୍ଚିଗଲି। କିନ୍ତୁ ଯେତେବେଳେ ବଗିରୁ ବାହାରକୁ ଆସୁଥିଲି, ସେତେବେଳେ ଦେଖିଲି କାହାର ହାତ ନାହିଁ ତ ଆଉ କାହାର ଗୋଡ଼ ନାହିଁ। ଆଉ କାହା ମୁହଁର ଚିତ୍ର ବିଗିଡ଼ି ଯାଇଥିବା ଦେଖିବାକୁ ପାଇଲି ବୋଲି ଜଣେ ବିହାର ଯାତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ୍‌ରେ ଛିଡ଼ା ହୋଇଥିଲା ମାଲବାହୀ ଟ୍ରେନ୍‌। ଠିକ୍‌ ସେହି ସମୟରେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇ ମାଲ୍‌ବାହୀ ଟ୍ରେନ୍‌ ଉପରେ ଚଢ଼ି ଯାଇଥିଲେ। ସେହି ସମୟରେ ଯାଉଥିବା ଯଶବନ୍ତପୁର-ହାୱାଡ଼ା ଏକ୍ସପ୍ରେସ୍‌ ପଛ ପାର୍ଶ୍ୱରେ ପିଟି ହୋଇଯାଇଥିଲା କରମଣ୍ଡଳ ଏକ୍ସପ୍ରେସ୍‌। ଦୁର୍ଘଟଣାରେ ୭୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୫୦ରୁ ଅଧିକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

Advertisment
Balasore Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe