Advertisment

ପୁଅ ମୃତଦେହ ଦେଖି ତାତିଲେ ପରିବାର ଲୋକେ, ସକାଳୁ ରାତି ଯାଏ ପୁଲିସ୍‌ ନାକେଦମ

‘ମୋ’ ଛୁଆକୁ ମଙ୍ଗଳବାର ଘରୁ ଡାକି ଆଣିଲେ। ହେଲେ ଗୁରୁବାର ସକାଳେ ଛୁଆ ମରି ଯାଇଥିବା ଖବର ପାଇଲି।’

ଅଦ୍ୟତନ ହୋଇଛି
Tension Situation

Tension Situation

Advertisment

ଶ୍ୱଶୁର ଘର ବୁଲିବାକୁ ଆସିଥିବା ଜ୍ୱାଇଁଙ୍କର ମିଳିଲା ଝୁଲନ୍ତା ମୃତଦେହ। ଏହା ଦେଖି ସ୍ଥାନୀୟ ଅଞ୍ଚଳରେ ଦେଖାଯାଇଥିଲା ପ୍ରବଳ ଉତ୍ତେଜନା। ମୁହାଁମୁହିଁ ହୋଇଥିଲେ ପୁଅ ଓ ଝିଅ ଘର ଲୋକେ। ଏପରିକି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବାକୁ ପୁଲିସ୍‌କୁ ନାକେଦମ ହେବାକୁ ପଡ଼ିଥିଲା। ଏଥିପାଇଁ ପୁଲିସ୍‌କୁ ୧୨ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। 

Advertisment

ଗୁରୁବାର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅଞ୍ଚଳରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ସଦନ ଦଳାଇ (୩୦)।

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା କୋରଞ୍ଜାପଡ଼ା ଗାଁର ସଦନ ଦଳାଇ ଭୋଗରାଇ ବ୍ଲକ ରଣାକୋଠା ଗ୍ରାମରେ ବିବାହ କରିଥିଲେ। ଗତ ମଙ୍ଗଳବାର ସଦନ ପତ୍ନୀଙ୍କ ସହ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲେ। ଗତ ବୁଧବାର ରାତିରେ ପତ୍ନୀଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ଆଉ ଗତକାଲି ସକାଳେ ବିଲରେ ଏକ ଗଛରେ ସଦନଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା।

Advertisment

ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହକୁ ତଳକୁ ଆଣିଥିଲା। ମାତ୍ର ସଦନଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ବୋହୂ ଘର ଲୋକେ ହିଁ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ତୁରନ୍ତ ସେମାନଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଥିଲେ। ସେମାନେ ଏହି ଦାବିରେ ଅଡ଼ି ବସିଥିଲେ ଓ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଛାଡ଼ି ନ ଥିଲେ।

ସଦନଙ୍କ ମା’ କହିଥିଲେ, ମୋ’ ଛୁଆକୁ ମଙ୍ଗଳବାର ଘରୁ ଡାକି ଆଣିଲେ। ହେଲେ ଗୁରୁବାର ସକାଳେ ଛୁଆ ମରି ଯାଇଥିବା ଖବର ପାଇଲି। ମୋ’ ଛୁଆକୁ ମାରି ଦେଇ ଗଛରେ ଟାଙ୍ଗି ଦେଇଛନ୍ତି। 

ଜଳେଶ୍ୱର ପୁଲିସ୍‌ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଯାଇ ବିଫଳ ହୋଇଥିଲା। ଘଟଣାସ୍ଥଳରେ ଶତାଧିକ ଲୋକେ ରୁଣ୍ଡ ହୋଇଥିବା ବେଳେ ପୁଲିସ୍‌ ସହ ସେମାନଙ୍କର ଉଚ୍ଚବାଚ ହୋଇଥିଲା। ଏହାପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ତାଳସାରୀ, ଭୋଗରାଇ,କମର୍ଦା,ଚନ୍ଦନେଶ୍ୱର ଓ ଲକ୍ଷ୍ମୀପାଟଣାରୁ ପୁଲିସ୍ କର୍ମୀଚାରୀମାନେ ସେଠାରେ ପହଞ୍ଚିଥିଲେ। 

ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ ପ୍ରତିଶ୍ରୁତି ଦେବାରୁ ପ୍ରାୟ ୧୨ ଘଣ୍ଟା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏହାପରେ ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାତି ପ୍ରାୟ ୮ଟା ପରେ ଜଳେଶ୍ୱର ମେଡିକାଲ ପଠାଇଥିଲା। ଆଜି ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି।

Police Deadbody Police-people Clash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe