Advertisment

ପାଣିରେ କାଗଜ ପକାଇ ୫୦୦ ଟଙ୍କିଆ ନୋଟ୍‌ ବାହାର କରୁଥିଲା, ବନ୍ଧାହେଲା

ଧନୀ ହେବା ଲୋଭରେ ସେହି କେମିକାଲ୍‌ ପାଣି ହାତେଇବା ପାଇଁ ଚାହିଁଥିଲେ ସନ୍ତୋଷ। ସେଥିପାଇଁ ଟଙ୍କା ମାଗିଥିଲେ ସୁନୀଲ। ଏଥିରେ ରାଜି ହୋଇ ସନ୍ତୋଷ ପ୍ରଥମେ ୭୦ ହଜାର ଓ ପରେ ୪୦ ହଜାର ଟଙ୍କା ଦେଇଥିଲେ। ହେଲେ ଆଉ ଧରାଛୁଆଁ ଦେଇନଥିଲେ। କେମିକାଲ୍‌ ପାଣି ପଠାଇନଥିଲେ।

ଅଦ୍ୟତନ ହୋଇଛି
Balasore

Balasore

Advertisment

ପାଣିରେ କାଗଜ ପକାଇଲେ ବାହାରୁଛି ୫୦୦ ଟଙ୍କିଆ ନୋଟ୍‌! କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। ହଁ ଆଜ୍ଞା, ଏମିତି ମ୍ୟାଜିକ୍‌ କରି ଜଣେ ଶିକ୍ଷକଙ୍କୁ ଠକିଛନ୍ତି ୪ ଠକ। ମ୍ୟାଜିକ୍‌ ପାଣି ଦେବାକୁ କହି ଶିକ୍ଷକଙ୍କଠାରୁ ଦୁଇଟି ପର୍ଯ୍ୟାୟରେ ଲକ୍ଷେ ୧୦ ହଜାର ଟଙ୍କା ଠକିଛନ୍ତି ୪ ଠକ। ଏନେଇ ଅଭିଯୋଗ ହେବା ପରେ ବାଲେଶ୍ୱର ପୁଲିସ୍‌ ଠକଙ୍କ ସର୍ଦ୍ଦାରକୁ ଗିରଫ କରିଛି। ତେବେ ତା’ ସହଯୋଗୀମାନେ ଏବେ ମଧ୍ୟ ଫେରାର୍‌ ଅଛନ୍ତି।

Advertisment

ପୂରା ଘଟଣା ଏମିତି। ସୋନପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ସନ୍ତୋଷ କୁମାର ମହାକୁଡ଼। ପେଶାରେ ସେ ଜଣେ ଶିକ୍ଷକ। ଏକ ପ୍ରାଇଭେଟ୍‌ ସ୍କୁଲରେ ଶିକ୍ଷକତା କରୁଛନ୍ତି। ତାଙ୍କ ପାଖକୁ ଗୋଟିଏ ରଙ୍ଗ ନମ୍ୱର ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କଲଟି ଥିଲା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳର ସୁନୀଲ ବିଶ୍ୱାଳଙ୍କର। ପରବର୍ତ୍ତୀ ସମୟରେ ଉଭୟଙ୍କ ଭିତରେ ବନ୍ଧୁତା ଗଢ଼ି ଉଠିଥିଲା। ଆଉ ସନ୍ତୋଷଙ୍କ ଡାକରାରେ ବୀରମହାରାଜପୁର ବୁଲିବା ପାଇଁ ଯାଇଥିଲା ସନୀଲ। ସେଠାରେ ପହଞ୍ଚିବା ପରେ ଅଜଗ ଗଜବ ମ୍ୟାଜିକ୍‌ ଦେଖାଇଥିଲା ସୁନୀଲ୍‌। କେମିକାଲ୍‌ ପାଣିରେ କାଗଜ ପକାଇ ୫୦୦ ଟଙ୍କିଆ ନୋଟ୍‌ ବାହାର କରିଥିଲା। ସୁନୀଲଙ୍କ ଏହି ମାୟାରେ ବାୟା ହୋଇଯାଇଥିଲେ ସନ୍ତୋଷ।

ଧନୀ ହେବା ଲୋଭରେ ସେହି କେମିକାଲ୍‌ ପାଣି ହାତେଇବା ପାଇଁ ଚାହିଁଥିଲେ ସନ୍ତୋଷ। ସେଥିପାଇଁ ଟଙ୍କା ମାଗିଥିଲେ ସୁନୀଲ। ଏଥିରେ ରାଜି ହୋଇ ସନ୍ତୋଷ ପ୍ରଥମେ ୭୦ ହଜାର ଓ ପରେ ୪୦ ହଜାର ଟଙ୍କା ଦେଇଥିଲେ। ହେଲେ ଆଉ ଧରାଛୁଆଁ ଦେଇନଥିଲେ। କେମିକାଲ୍‌ ପାଣି ପଠାଇନଥିଲେ। ଏପରିକି ସନ୍ତୋଷ ଫୋନ୍‌ କଲ ଠାଇନଥିଲେ ସୁନୀଲ।

Advertisment

ସୁନୀଲଙ୍କୁ ଖୋଜି ଖୋଜି ସନ୍ତୋଷ ୧୮ ତାରିଖରେ ଖନ୍ତାପଡ଼ା ଆସିଥିଲେ। ଆଉ ସୁନୀଲଙ୍କ ଫଟୋ ଦେଖାଇ ସ୍ଥାନୀୟ ଲୋକଙ୍କୁ ପଚାରି ଥିଲେ। ସୁନୀଲ୍‌ ଜଣେ ଠକ ଓ ଫ୍ରଡ୍‌ ବୋଲି ସ୍ଥାନୀୟ ଲୋକ କହିଥିଲେ। ଏହା ପରେ ଅର୍ଥାତ ୧୯ ତାରିଖରେ ସନ୍ତୋଷ ଏନେଇ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ମୁଖ୍ୟଅଭିଯୁକ୍ତ ସୁନୀଲ୍‌ ବିଶ୍ୱାଳକୁ ଗିରଫ କରିଛି। ମାତ୍ର ତାଙ୍କର ୩ ସହଯୋଗୀ ଫେରାର ହୋଇଯାଇଛନ୍ତି। ପୁଲିସ୍‌ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।

ରିପୋର୍ଟ-ସୋରରୁ ନିରଞ୍ଜନ ବେହେରା

Balasore Subarnpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe