Advertisment

ରାତିରେ ଡକାୟତି ପାଇଁ ଯୋଜନା କରୁଥିଲେ, ମାଡ଼ି ବସିଲା ପୁଲିସ୍‌

ଗିରଫ ହୋଇଥିବା ସମସ୍ତଙ୍କ ଘର ସିଂଲା ଥାନା ଅଞ୍ଚଳରେ ବୋଲି ଜଣାପଡିଛି। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ଚୋରି ଓ ଡକାୟତି ମାମଲା ରହିଛି।

Balasore

Balasore

Advertisment

ବିଳମ୍ୱିତ ରାତିରେ ପଡ଼ିଆରେ ବସି ଡକାୟତି ପାଇଁ ଯୋଜନା କରୁଥିଲେ। ଖବର ପାଇଁ ଅଚାନକ ମାଡ଼ି ବସିଲା ପୁଲିସ୍‌। ୬ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଚମ୍ପଟ ମାରିଛି। ବାଲେଶ୍ୱର ଜିଲ୍ଲାରୁ ଆସିଛି ଏପରି ଖବର।

Advertisment

ମଙ୍ଗଳବାର ବିଳମ୍ବିତ ରାତିରେ ସିଂଲା ଥାନା ଅନ୍ତର୍ଗତ ପାଉଂଶକୁଲି ଫୁଟବଲ ପଡ଼ିଆରେ ୭ ଡକାୟତ ବସି ଡକାୟତି ପାଇଁ ଯୋଜନା କରୁଥିଲେ। ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ସେଠାରେ ଚଢଉ କରିଥିଲା। ଅନ୍ଧକାରର ସୁଯୋଗ ନେଇ ଜଣେ ଡକାୟତ ଚମ୍ପଟ ମାରିଥିବା ବେଳେ ୬ ଜଣଙ୍କୁ ମାଡି ବସିଥିଲା ପୁଲିସ୍‌। ସେମାନଙ୍କ ନିକଟରୁ ପୁଲିସ୍‌ ବିଭିନ୍ନ ମାରଣାସ୍ତ୍ର ସହ ଗୋଟିଏ କାର, ଦୁଇଟି ବାଇକ ଓ ୫ଟି ମୋବାଇଲ୍‌ ଜବତ କରିଥିଲା।

ଗିରଫ ହୋଇଥିବା ସମସ୍ତଙ୍କ ଘର ସିଂଲା ଥାନା ଅଞ୍ଚଳରେ ବୋଲି ଜଣାପଡିଛି। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ଚୋରି ଓ ଡକାୟତି ମାମଲା ରହିଛି। ଏହାଛଡ଼ା ଚମ୍ପଟ ମାରିଥିବା ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏନେଇ ସୂଚନା ଦେଇଛନ୍ତି ବସ୍ତା ଏସ୍‌ଡିପି ଜଳନ୍ଧର ଜାଲି।

Advertisment

ରିପୋର୍ଟ-ଜଳେଶ୍ୱରରୁ ଅଜିତ ଦାସ

Balasore Crime Odisha Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe