Advertisment

ଭଲ କାମ କଲେ ଡ୍ରାଇଭର ସଂଘ କର୍ମକର୍ତ୍ତା

ବସ୍‌ଟି ସାପ ପରି ୬୦ ନମ୍ୱର ଜାତୀୟ ରାଜପଥରେ ଗତି କରୁଥିବା ବେଳେ ଗାନ୍ଧୀ ଛକଠାରେ ପ୍ରତିବାଦ କରୁଥିବା ଡ୍ରାଇଭର ସଂଘର କର୍ମକର୍ତ୍ତାଙ୍କ କାନରେ ବସ୍‌ ଯାତ୍ରୀଙ୍କ ଚିତ୍କାର ପଡ଼ିଥିଲା। ପରେ ବସକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ଡ୍ରାଇଭର ସଂଘର କର୍ମକର୍ତ୍ତା।

ଅଦ୍ୟତନ ହୋଇଛି
Balasore

Balasore

Advertisment

ଆନ୍ଦୋଳନ କରି ଦୁର୍ନାମ ମୁଣ୍ଡାଇ ଥିବା ଡ୍ରାଇଭମାନେ ଆଜି ଭଲ କାମ କରିଛନ୍ତି। ୨୦ରୁ ଅଧିକ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। ଆଉ ବସ୍‌ ଚଳାଉଥିବା ଜଣେ ମଦ୍ୟପ ହେଲ୍‌ପରକୁ ଧରି ପୁଲିସ୍‌ ଜିମା ଦେଇଛନ୍ତି। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।

Advertisment

‘ହମ୍‌ସଫର’ ନାମକ ଏକ ଘରୋଇ ବସ୍‌ ବାଲେଶ୍ୱରରୁ ଜଳେଶ୍ୱର ଅଭିମୁଖେ ଯାଉଥିଲା। ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ। ଚାଳକ ଓ କଣ୍ଡକ୍ଟର ପଛ ସିଟ୍‌ରେ ବସିଥିବା ବେଳେ ବସ୍‌ ଚଳାଉଥିଲା ମଦ୍ୟପ ହେଲ୍‌ପର। ସେ ମଦ ନିଶାରେ କେତେବେଳେ ବସ୍‌କୁ ବାମ ପାର୍ଶ୍ୱକୁ ନେଇ ଯାଉଥିଲା ତ ଆଉ କେତେବେଳେ ଡାହାଣ ପାର୍ଶ୍ୱକୁ ନେଇଯାଉଥିଲା। ମଝିରେ ମଝିରେ ଷ୍ଟିୟରିଂ ଛାଡ଼ି ନାଚୁଥିଲା। ମଦ୍ୟପ ଡ୍ରାଇଭରର ଏପରି ରୂପ ଦେଖି ବିଚଳିତ ହୋଇପଡ଼ିଥିଲେ ଯାତ୍ରୀ। ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲେ।

ବସ୍‌ଟି ସାପ ପରି ୬୦ ନମ୍ୱର ଜାତୀୟ ରାଜପଥରେ ଗତି କରୁଥିବା ବେଳେ ଗାନ୍ଧୀ ଛକଠାରେ ପ୍ରତିବାଦ କରୁଥିବା ଡ୍ରାଇଭର ସଂଘର କର୍ମକର୍ତ୍ତାଙ୍କ କାନରେ ବସ୍‌ ଯାତ୍ରୀଙ୍କ ଚିତ୍କାର ପଡ଼ିଥିଲା। ପରେ ବସକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ଡ୍ରାଇଭର ସଂଘର କର୍ମକର୍ତ୍ତା। ମାତ୍ର ସମ୍ଭବପର ହୋଇନଥିଲା। ପରେ ବହୁ କଷ୍ଟରେ ବସ୍‌କୁ ଅଟକାଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ବସ୍‌ ହେଲ୍‌ପର, କଣ୍ଡକ୍ଟର ଓ ଡ୍ରାଇଭରକୁ ଅଟକ ରଖି ଜେରା କରୁଛି। ଅନ୍ୟପକ୍ଷରେ ବସ୍‌ ଭିତରେ ସଜ୍ଞା ହରାଇଥିବା ୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଛି।

Advertisment

ରିପୋର୍ଟ-ଜଳେଶ୍ୱରରୁ ଅଜିତ ଦାସ

Balasore DRIVER STRIKE Drivers Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe